ପୁଲୱାମା ଆତଙ୍କବାଦୀ ଆକ୍ରମଣ ଘଟଣାର ମାଷ୍ଟରମାଇଣ୍ଡ ହମଜା ବୁରହାନକୁ ପାକିସ୍ତାନରେ ନିପାତ
1 min read
ନୂଆଦିଲ୍ଲୀ: ପୁଲୱାମା ଆତଙ୍କବାଦୀ ଆକ୍ରମଣ ଘଟଣାର ମାଷ୍ଟରମାଇଣ୍ଡ ହମଜା ବୁରହାନକୁ ପାକିସ୍ତାନରେ ନିପାତ କରାଯାଇଛି। ପାକିସ୍ତାନରେ ଜଣେ ଅଜ୍ଞାତ ଦୁର୍ବୃତ୍ତ ହମଜାକୁ ଗୁଳିମାରି ନିପାତ କରିଛି। ସୂତ୍ର ଅନୁସାରେ ଆକ୍ରମଣରେ ଏହି ଆତଙ୍କବାଦୀର ମୃତ୍ୟୁ ହୋଇଛି। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ହମଜାକୁ ପାକିସ୍ତାନର ମୁଜଶଫ୍ଫରାବାଦରେ ଗୁଳିମାଡ଼ କରାଯାଇଛି। ପାକିସ୍ତାନ ଅଧୀକୃତ କଶ୍ମୀରର ଏକ ଅଂଶବିଶେଷ ହେଉଛି ମୁଜଫ୍ଫରାବାଦ। ୨୦୧୯ ପୁଲୱାମା ଆକ୍ରମଣ ଘଟଣାର ମାଷ୍ଟରମାଇଣ୍ଡ ଥିଲା ହମଜା। ପାକିସ୍ତାନରେ ଏହି ବ୍ୟକ୍ତି ନିଜକୁ ଶିକ୍ଷକ ଭାବେ ପରିଚୟ ଦେଉଥିଲା। ନିଜର ପରିଚୟ ଲୁଚାଇବା ପାଇଁ ଏକ ସ୍କୁଲରେ ପ୍ରିନ୍ସିପାଲ ହୋଇଥିଲା। ସୂଚାଯୋଗ୍ୟ ପୁଲୱାମା ଆକ୍ରମଣ ଘଟଣା ୨୦୨୯ ଫେବ୍ରୁଆରି ୧୪ରେ ହୋଇଥିଲା, ଯେଉଁଥିରେ ୪୦ରୁ ଅଧିକ ଯବାନ ସହିଦ ହୋଇଥିଲେ।


