ପେଟ୍ରୋଲ ଓ ଡିଜେଲ୍ ଦରବୃଦ୍ଧି
1 min read
ନୂଆଦିଲ୍ଲୀ: ଭାରତରେ ବିଧାନସଭା ନିର୍ବାଚନ ଶେଷ ହୋଇଥିବାରୁ ପେଟ୍ରୋଲ ଓ ଡିଜେଲ୍ ଦରବୃଦ୍ଧିକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି। ନିର୍ବାଚନ ଫଳ ପ୍ରକାଶ ପରେ ତେଲ ଦର ବଢ଼ିବ ବୋଲି ବିଭିନ୍ନ ରେଟିଂ ଏଜେନ୍ସି ଓ ବ୍ରୋକରେଜ୍ ସଂସ୍ଥା କରିଥିବା ଆକଳନକୁ କେନ୍ଦ୍ର ସରକାର ଦୃଢ଼ ଭାବେ ଖଣ୍ଡନ କରିଥିଲେ। ଏବେ ଏହି ବିତର୍କରେ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍) ସାମିଲ ହୋଇଛି।


