ରସୁଲପୁର ବ୍ଲକ ଓଷ୍ଟା’ର ନୂତନ କର୍ମକର୍ତ୍ତା ନିର୍ବାଚନ
1 min read
ରସୁଲପୁର, ତା୨୭/୦୪(ଖବର ଦର୍ପଣ), ସୋମବାର ପୂର୍ବାହ୍ନରେ ରସୁଲପୁର ବ୍ଲକ ଓଷ୍ଟା’ର ସାମ୍ବିଧାନିକ ସମ୍ମିଳନୀ ଖଣ୍ଡିତର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ରାଜ୍ୟ ଓଷ୍ଟା ସହ ସଂପାଦକ ବ୍ରଜକିଶୋର ବିଶ୍ୱାଳ,ନିର୍ମଳ କୁମାର ଜେନା, ସଂପାଦକ(ପ୍ରଶ୍ନପତ୍ର), ଯାଜପୁର ଜିଲ୍ଲା ଓଷ୍ଟା’ର ସଭାପତି ସୁନନ୍ଦ କୁମାର ରାଉତ,ସଂପାଦକ ପବିତ୍ର କୁମାର ପଣ୍ଡା ଏବଂ ଜିଲ୍ଲାରୁ ରାଜ୍ୟ କାର୍ଯକାରିଣୀକୁ ପ୍ରତିନିଧିତ୍ୱ କରୁଥିବା ସମସ୍ତ ସଦସ୍ୟମାନଙ୍କ ତତ୍ତ୍ୱାବଧାନ ଏବଂ ୧୦ ଗୋଟି ବ୍ଲକ୍ ଓଷ୍ଟା’ର ସମ୍ପାଦକମାନଙ୍କ ଉପସ୍ଥିତିରେ ସମ୍ପନ୍ନ ହୋଇ ଆଗାମୀ ତିନିବର୍ଷ ପାଇଁ ପ୍ରଭାତ କୁମାର ଚନ୍ଦ ସଭାପତି,କମଳଲୋଚନ ପଣ୍ଡା ଉପସଭାପତି(ପୁରୁଷ) ଓ ପ୍ରେମଲତା ଶତପଥୀ(ମହିଳା),ସଂପାଦକ କୈଳାସ ଚନ୍ଦ୍ର ସେଠି, ସହ-ସଂପାଦକ ସୁବ୍ରତ କୁମାର କର, ଜଗନ୍ନାଥ ପଣ୍ଡା, ପ୍ରଜ୍ଞା ପରମିତା ପୃଷ୍ଟି (ମହିଳା), ରାଜ୍ୟ ପରିଷଦ ସଦସ୍ୟ ଚିତ୍ତରଞ୍ଜନ ଦାସ, ପ୍ରତାପ ଚନ୍ଦ୍ର ବିଶ୍ୱାଳ, ବଳରାମ ଭୂୟାଁ, ଜିଲ୍ଲା ପରିଷଦ ସଭ୍ୟ ପ୍ରଭାକର ରାଉତ, ନିଗମାନନ୍ଦ ମହାନ୍ତି, ରମେଶ କୁମାର ମଳିକ, ମମତା ମହାନ୍ତି ଓ ବିଦୁଭୂଷଣ ସାହୁ ନିର୍ବାଚିତ ହୋଇଛନ୍ତି l ନିର୍ବାଚନ ପ୍ରକ୍ରିୟା ଶେଷରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରମେଶ ଚନ୍ଦ୍ର ବେହେରା ନବନିର୍ବାଚିତ କର୍ମକର୍ତ୍ତାମାନଙ୍କୁ ଶପଥ ପାଠ କରାଇଥିଲେ l ଉକ୍ତ ସମ୍ମିଳନୀରେ ବ୍ଲକର ବିଭିନ୍ନ ମାଧ୍ୟମିକ ବିଦ୍ୟାଳୟର ଶିକ୍ଷକ, ଶିକ୍ଷିକା ଓ ଶିକ୍ଷା କର୍ମଚାରୀମାନେ ଅଂଶଗ୍ରହଣ କରିଥିଲେ l


