April 22, 2026

(ଇଡି) କାର୍ଯ୍ୟାଳୟରେ ପହଞ୍ଚିଲେ ପୂର୍ବତନ ଟିଏମସି ସାଂସଦ ତଥା ବଙ୍ଗୀୟ ଅଭିନେତ୍ରୀ ନୁସରତ ଜାହାନ

1 min read

କଲକତା: କଲକତା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କାର୍ଯ୍ୟାଳୟରେ ପହଞ୍ଚିଲେ ପୂର୍ବତନ ଟିଏମସି ସାଂସଦ ତଥା ବଙ୍ଗୀୟ ଅଭିନେତ୍ରୀ ନୁସରତ ଜାହାନ। ରାସନ ଦୁର୍ନୀତି ସହ ମନି ଲଣ୍ଡରିଂ ମାମଲାରେ ଗତ ୨୦ ତାରିଖରେ ତାଙ୍କୁ ଇଡି ସମନ ଜାରି କରିଛି।

୨୦୨୦ ରାସନ ଚୋରା ଚାଲାଣ ମାମଲାର ତଦନ୍ତ ପାଇଁ ସଲ୍ଟ ଲେକ୍ ଇଡି କାର୍ଯ୍ୟାଳୟରେ ନୁସରତ ପହଞ୍ଚିଛନ୍ତି। ସମନ ସମୟରେ ବିଦେଶରେ ଛୁଟିରେ ଥିବାରୁ ସେ ନୂଆଦିଲ୍ଲୀସ୍ଥିତ ଇଡି ମୁଖ୍ୟାଳୟରେ ହାଜର ହେବାକୁ ଅନୁରୋଧ କରିଥିଲେ। କିନ୍ତୁ ଏହା ଖାରଜ ହେବ ପରେ ଆଜି ସେ କଲକତା ଇଡି କାର୍ଯ୍ୟାଳୟରେ ପହଞ୍ଚିଛନ୍ତି।
ଅଭିଯୋଗ ଅନୁସାରେ କୋଭିଡ୍-୧୯ ଲକଡାଉନ୍ ସମୟରେ, ବାଂଲାଦେଶକୁ ଗହମ ଏବଂ ଚାଉଳ ଚୋରା ଚାଲାଣ ଅଭିଯୋଗରେ ବସିରହାଟର ସୀମାବର୍ତ୍ତୀ ଅଞ୍ଚଳରେ ଅନେକ ଟ୍ରକ ଜବତ କରାଯାଇଥିଲା। ନୁସରତ ସେତେବେଳେ ବସିରହାଟ ସାଂସଦ ଥିଲେ। ଘୋଟାଲାର ତଦନ୍ତ ସମୟରେ ଅନେକ ନାମ ସାମ୍ନାକୁ ଆସିଥିଲା। ନୁସରତଙ୍କୁ ଏହି ମାମଲାରେ ପଚରାଉଚରା ପାଇଁ ସମନ କରାଯାଇଛି।