April 17, 2026

ମାତିଛନ୍ତି କାଠ ମାଫିଆ

1 min read

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ବନାଞ୍ଚଳ ପୋଇପାଣି ବିଟ କାଠବାରୀ ଗ୍ରାମ୍ୟ ଜଙ୍ଗଲରୁ କାଠ ମାଫିଆ ଆକାଶିଆ ଗଛ କାଟି ବାହାର ରାଜ୍ୟକୁ ଚୋରା ଚାଲାଣ କରୁଛନ୍ତି। ଗତକାଲି ବିଳମ୍ବିତ ରାତିରେ କାଠ କାଟି ପିକଅପ ଗାଡିରେ ନେଉଥିବା ସମୟରେ ଧରିଛି ବନବିଭାଗ।

ବିଶେଷ ସୂତ୍ରରୁ ଖବର ପାଇ ପାଟଣା ରେଞ୍ଜର ବନବିହାରୀ ସର୍ଦ୍ଦାରଙ୍କ ନେତୃତ୍ୱରେ ଚଢ଼ାଉ କରାଯାଇଥିଲା। ଚଢ଼ାଉରେ କାଠ ବୋଝେଇ ପିକଅପ୍ ଗାଡ଼ିକୁ ଜବତ କରାଯାଇଛି। ଜବତ ଗାଡ଼ିକୁ ପାଟଣା ବନାଞ୍ଚଳ କାର୍ଯ୍ୟାଳୟକୁ ଅଣାଯାଇଥିବା ପାଟଣା ବନପାଳ ନିରଞ୍ଜନ ସେଠୀ ସୂଚନା ଦେଇଛନ୍ତି।