April 16, 2026

ଗୁରୁବାର ଏକ ବଡ଼ ଧରଣର ସେକ୍ସ ରାକେଟ ଠାବ୍‌

1 min read

ଭଦ୍ରକ: ଭଦ୍ରକ ସହରରୁ ଗୁରୁବାର ଏକ ବଡ଼ ଧରଣର ସେକ୍ସ ରାକେଟ ଠାବ୍‌ ହୋଇଛି। ସେକ୍ସ ରାକେଟରେ ସମ୍ପୃକ୍ତ ୪ଜଣଙ୍କୁ ପୋଲିସ ଗିରଫ କରିଥିବା ବେଳେ ୨ଜଣ ଯୁବତୀଙ୍କୁ ଉଦ୍ଧାର କରାଯାଇଛି।

ମିଳିଥିବା ସୂଚନା ମୁତାବକ, ସହରର ରାଜଘାଟ ବ୍ରିଜ ଏବଂ ଧାମରା ବ୍ରିଜ ଅଞ୍ଚଳରେ ସେକ୍ସ ରାକେଟ ଚାଲିଥିବା ପୋଲିସକୁ ଏକ ବିଶେଷ ସୂତ୍ରରୁ ଖବର ମିଳିଥିଲା। ଏନେଇ ପୋଲିସର ଏକ ସ୍ୱତନ୍ତ୍ର ଟିମ୍‌ ସମ୍ପୃକ୍ତ ଅଞ୍ଚଳରେ ଥିବା ହୋଟେଲରେ ଚଢାଉ କରି ସେକ୍ସ ରାକେଟରେ ସମ୍ପୃକ୍ତ ୪ଜଣଙ୍କୁ ଗିରଫ କରିବା ସହ ୨ଜଣ ଯୁବତୀଙ୍କୁ ଉଦ୍ଧାର କରିଥିଲା।

ପୋଲିସ ହୋଟେଲରୁ ବିଭିନ୍ନ ଆପତ୍ତିଜନକ ସାମଗ୍ରୀ ଜବତ କରିଛି। ପୋଲିସ ୨ଜଣ ଯୁବତୀଙ୍କୁ ଡାକ୍ତରୀ ମାଇନା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ସୂଚନା ମିଳିଛି। ଏହି ଘଟଣାର ସହରରେ ଚଚ୍ଚାର ବିଷୟ ହୋଇଛି। ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।