April 14, 2026

ବାଲୁଗାଁ ଅଞ୍ଚଳରେ ବୁଲା କୁକୁରଙ୍କ ଦୌରାତ୍ମା ଦିନକୁଦିନ ବୃଦ୍ଧି ପାଉଛି

1 min read

ବାଲୁଗାଁ: ବାଲୁଗାଁ ଅଞ୍ଚଳରେ ବୁଲା କୁକୁରଙ୍କ ଦୌରାତ୍ମା ଦିନକୁଦିନ ବୃଦ୍ଧି ପାଉଛି। ମଙ୍ଗଳବାର ଏକ ପାଗଳ କୁକୁରର କାମୁଡ଼ାରେ ୭ଜଣ ଗୁରୁତର ହୋଇ ବାଲୁଗାଁ ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି । ।ନାଚୁଣି ଅଞ୍ଚଳର କେତେକ ମହିଳା ଏକ ଅଟୋରେ ଆସି ବାଲୁଗାଁ ବଜାରରେ ଆଜି ସକାଳ ୧୦ ଟାରେ ଓହ୍ଲାଇ ଥିଲେ ।ସେହି ସମୟରେ ଏକ ପାଗଳ କୁକୁର ଆସି କୁମୁଦିନୀ ନାୟକ ନାମ୍ନୀ ଜଣେ ମହିଳାଙ୍କ ଗୋଡ଼କୁ କାମୁଡି ଦେବା ସହିତ ତାଙ୍କ ଲୁଗା କାମୁଡି ଛିଡାଇ ଦେଇଥିଲା । ସେହି ସମୟରେ ରାସ୍ତାରେ ଯାଉଥିବା ରଙ୍କନାଥ ପ୍ରଧାନ ନାମକ ଜଣେ ବ୍ୟକ୍ତି କୁକୁରକୁ ଘଉଡ଼ାଇବାକୁ ଉଦ୍ୟମ କରିବା ‌ ବେଳେ କୁକୁରଟି ପାଲଟା ଆକ୍ରମଣ କରି କାମୁଡି ଦେଇଥିଲା। ଏହିପରି ସମୁଦାୟ କୁକୁର କାମୁଡାରେ ୭ଜଣ ଆହତ ହୋଇ ବାଲୁଗାଁ ମେଡ଼ିକାଲରେ ଚିକିତ୍ସା ହୋଇଛନ୍ତି। ବାଲୁଗାଁ ବଜାରରେ କୁକୁର ଭୟରେ ଏକ ପ୍ରକାର ଆତଙ୍କ ଖେଳି ଯାଇଥିଲା। ଲୋକେ ଯିବା ଆସିବା ବନ୍ଦ କରି ଦେଇଥିଲେ । ଖବର ପାଇ ବାଲୁଗାଁ ଏନଏସି କର୍ତ୍ତୃପକ୍ଷ ଘଟଣା ସ୍ଥଳରେ ପହଞ୍ଚି ଦୀର୍ଘ ୧ ଘଣ୍ଟା ପରିଶ୍ରମରେ ପାଗଳା କୁକୁରକୁ ଆୟତ୍ତ କରିଥିଲେ। ପୁର୍ବରୁ ଏହି କୁକୁର ପାଗଳ ହୋଇ ପ୍ରାୟ ୨୦ ଜଣରୁ ଊର୍ଦ୍ଧ୍ବ ଲୋକଙ୍କୁ ଆକ୍ରମଣ କରିଛି।