ଗ୍ୟାରେଜରୁ ୧୬୧ ଗ୍ୟାସ ସିଲିଣ୍ଡର ଜବତ
1 min read
ରାଉରକେଲା: ମଧ୍ୟ୍ୟପ୍ରାଚ୍ୟ ଯୁଦ୍ଧ ପ୍ରଭାବରେ ସାରା ଦେଶରେ ଦେଖା ଦେଇଛି ଗ୍ୟାସ ସଙ୍କଟ l ଗ୍ୟାସ ଅଭାବରୁ ଅନେକ ହୋଟେଲ ଓ ରେସ୍ତୋରାଁରେ ରୋଷେଇ ବନ୍ଦ ହୋଇଯାଇଛି l ସଙ୍କଟର ଫାଇଦା ଉଠାଉଛନ୍ତି ରାଉରକେଲା ସହରର କିଛି ଅସାଧୁ ବ୍ୟବସାୟୀ l ନିର୍ଧାରିତ ଦାମର ତିନି ଗୁଣା ଅଧିକ ଦାମରେ ବିକ୍ରି କରୁଛନ୍ତି l
ଆଜି ଯୋଗାଣ ବିଭାଗର ଏକ ଟିମ ସେକ୍ଟର 9 ଲୁଗୁନ ପାର୍କ ନିକଟ ଏକ କାର ଗ୍ୟାରେଜ ରୁ ୧୬୧ଟି ସିଲିଣ୍ଡର ଗ୍ୟାସ ଜବତ କରିଛି l କିଏ ମହଜୁଦ ରଖିଥିଲା ଜଣାପଡିନିl ସ୍ଥାନୀୟ ଲୋକଙ୍କ ସୂଚନା ଆଧାରରେ ଯୋଗାଣ ଅଧିକାରୀ ନିହାର ରଞ୍ଜନ ମହାପାତ୍ରଙ୍କ ନେତୃତ୍ୱ ରେ ଏକ ଟିମ ଗ୍ୟାରେଜର ତାଲା ଭାଙ୍ଗି ଗ୍ୟାସ ଗୁଡିକୁ ଜବତ କରିଛି l


