April 2, 2026

ମୁହାଁମୁହିଁ ଧକ୍କା ହୋଇ ଓଲଟିପଡିଲା ଅଟୋ

1 min read

ନନ୍ଦପୁର: ନନ୍ଦପୁର ହାଣ୍ଡିପୁଟ ସଂଯୋଗୀ ଏମଡିଆର ୫୫ ରାସ୍ତାର ହିକିମପୁଟ-ମାରଡା ଛକ ମଧ୍ୟରେ ଗୁରୁବାର ସକାଳେ ଏପି୩୯ ଟିଏମ ୦୦୬୫ ଓ ଓଡ଼ି ୧୦ ଡବ୍ଲୁ ୧୪୮୦ ନମ୍ବର୍ ବିଶିଷ୍ଟ ଦୁଇ ଅଟୋ ମୁହାଁ ମୁହିଁ ଧକ୍କା ହୋଇଛି । ଫଳରେ ଆନ୍ଧ୍ର ନମ୍ବର୍ ଥିବା ଅଟୋଟି ଓଲଟି ପଡିଥିଲା।

ଉକ୍ତ ଅଟୋର ଚାଳକ ଓ ସହଯାତ୍ରୀ ଦୁଇଜଣ ଗୁରୁତର ହୋଇଛନ୍ତି । ଦୁଇ ଗୁରୁତରଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଚିକିତ୍ସା ଲାଗି ଲମତାପୂଟ ସ୍ଥିତ ଆଶାକିରଣ ହସ୍ପିଟାଲକୁ ପଠାଇଛନ୍ତି । ନନ୍ଦପୁର ପୋଲିସ ଥାନାଧିକାରୀ ତ୍ରିନାଥ ତୋଟାପାଡ଼ିଆଙ୍କ ନିର୍ଦ୍ଦେଶ ମତେ ଏଏସଆଇ ଗୁପ୍ତେଶ୍ୱର ଗଉଡ ଓ ଟିମ୍ ପହଞ୍ଚି ଘଟଣାର ତଦନ୍ତ କରୁଛନ୍ତି। ଗୁରୁତର ଦୁଇ ଜଣ ଆନ୍ଧ୍ର ସୀଙ୍ଗାରି ପଡ଼ା ଗ୍ରାମର ପ୍ରଶାନ୍ତ ମାଳି ଓ ଭୀମ ପାତ୍ର ବୋଲି ପରିଚୟ ମିଳିଛି । ଦୁହିଁଙ୍କ ଚିକିତ୍ସା ଆଶାକିରଣ ହସ୍ପିଟାଲରେ କରାଯାଉଥିବା ସାଥିରେ ଥିବା ସ୍ଥାନୀୟ ଲୋକେ ସୂଚନା ଦେଇଛନ୍ତି । ତେବେ କେଉଁ ପରିସ୍ଥିତିରେ ଦୁର୍ଘଟଣା ହେଲା ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରି ନାହିଁ ।