April 1, 2026

କଟକ ରାଜନୀତିରେ ବଡ ହଲଚଲ ଇସ୍ତଫା ବିଜୁ ଯୁବ ଓ ଛାତ୍ର

1 min read

କଟକ:ରାଜ୍ୟସଭା ନିର୍ବାଚନ ପରେ କଟକ ରାଜନୀତି ସରଗରମ ହେବାର ଲାଗିଛି। ଚୌଦ୍ୱାର-କଟକ ନିର୍ବାଚନ ମଣ୍ଡଳୀର ବିଜୁ ଯୁବ ଓ ଛାତ୍ର କମିଟିର ସମସ୍ତ କର୍ମକର୍ତ୍ତା ବୁଧବାର ଦଳର ପ୍ରାଥମିକ ସଭ୍ୟପଦରୁ ସାମୂହିକ ଇସ୍ତଫାଦେଇଛନ୍ତି। ଇସ୍ତଫା ଦେବାପରେ ଯୁବ ଓ ଛାତ୍ର କର୍ମକର୍ତ୍ତା କହିଛନ୍ତି, ଅତ୍ୟନ୍ତ ଦୁଃଖ ଓ ପରିତାପର ସହ ଆମ୍ଭେ କଟକ ନିର୍ବାଚନ ମଣ୍ଡଳୀର ଯୁବ ଓ ଛାତ୍ର କମିଟିର କର୍ମକର୍ତ୍ତା ବୃନ୍ଦ। ଚୌଦ୍ବାର-କଟକବାସୀଙ୍କ ପ୍ରିୟ ନେତା ତଥା ପୂର୍ବତନ ବିଧାୟକ ଡଃ ପ୍ରଭାତ ରଞ୍ଜନ ବିଶ୍ବାଳ ଦଳପତିଙ୍କୁ ସତ୍ୟ କହିବା ଦ୍ବାରା ଦଳପତି ତାଙ୍କୁ ବହିଷ୍କୃତ କରିଛନ୍ତି । ଯେଉଁ ଅନ୍ୟାୟ ନିଷ୍ପତ୍ତି ଗ୍ରହଣ କରି ତାଙ୍କୁ ବହିଷ୍କୃତ କରିଛନ୍ତି,ତାହା ଆମ୍ଭ ସମସ୍ତଙ୍କ ମନୋବଳକୁ ଗଭୀର ଆଘାତ ଦେଇଛି। ଯେଉଁ ନେତା ନିଜର ରକ୍ତ ଓ ଝାଳ ଦେଇ ଚୌଦ୍ୱାର-କଟକ ମାଟିରେ ଦଳକୁ ସୁଦୃଢ଼ କରିଥିଲେ, ତାଙ୍କ ପ୍ରତି ଏପରି ଅଗଣତାନ୍ତ୍ରିକ ଓ ଏକପାଖିଆ କାର୍ଯ୍ୟାନୁଷ୍ଠାନକୁ ଆମ୍ଭେ ସହ୍ୟ କରିପାରିଲୁ ନାହିଁ। ନିଜର ଆଦର୍ଶ ନେତାଙ୍କ ସମ୍ମାନ ରକ୍ଷା କରିବା ପାଇଁ ଏବଂ ଏହି ଅନ୍ୟାୟ ବିଚାରର ପ୍ରତିବାଦ ସ୍ବରୂପ, ଆମ୍ଭେ ସମସ୍ତ କର୍ମକର୍ତ୍ତା ଆଜି ବିଜୁ ଜନତା ଦଳର ସମସ୍ତ ପଦପଦବୀ ଓ ପ୍ରାଥମିକ ସଭ୍ୟପଦରୁ ସମୂହ ଇସ୍ତଫା ପ୍ରଦାନ କଲୁ।