ଏଏନ୍ଏମ୍ ପତ୍ନୀଙ୍କ ହତ୍ୟାକାରୀ ସ୍ବାମୀଙ୍କ ମୃତ୍ୟୁ
1 min read
ଦେଓଗାଁ : ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ରାମଚନ୍ଦ୍ରପୁର ସ୍ବାସ୍ଥ୍ଯ ଉପକେନ୍ଦ୍ରର ମହିଳା ଏଏନ୍ଏମ୍ ଦମ ଜୟନ୍ତୀ ବାରିକଙ୍କୁ ତାଙ୍କ ସ୍ବାମୀ ଉପେନ୍ଦ୍ର କାଲ ସାଏ ପିଟି ହତ୍ୟା କରିବା ପରେ ପୋଡ଼ିଦେଇଥିଲେ। ଆଜି ସକାଳୁ ପୁଲିସ ପହଞ୍ଚି ଉକ୍ତ ଘରୁ ଦମଜୟନ୍ତୀଙ୍କ ମୃତ ଦେହକୁ ଉଦ୍ଧାର କରିଛନ୍ତି। ନିକଟରେ ଅଧାପୋଡ଼ା ହୋଇ ମୁମୂର୍ଷୁ ଅବସ୍ଥାରେ ପଡ଼ିଥିବା ଦମଜୟନ୍ତୀଙ୍କ ସ୍ବାମୀ ଉପେନ୍ଦ୍ରଙ୍କୁ ମଧ୍ୟ ଉଦ୍ଧାର କରି ବଲାଙ୍ଗୀର ଭୀମଭୋଇ ମେଡିକାଲ୍ କଲେଜ ହସ୍ପିଟାଲ୍ରେ ଭର୍ତ୍ତି କରିଥିଲେ। ସେଠାରେ ଉପେନ୍ଦ୍ରଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି। ଏହାପରେ ଘଟଣାକୁ ନେଇ ଜଟିଳତା ବୃଦ୍ଧି ପାଇଛି। ଏହି ଜଘନ୍ୟ ହତ୍ୟାକାଣ୍ଡରେ କେବଳ ଉପେନ୍ଦ୍ର ସମ୍ପୃକ୍ତ ଥିଲେ ନା’ ତୃତୀୟ ବ୍ୟକ୍ତି କେହି ଅଛନ୍ତି ସେନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଛି।


