March 28, 2026

ଏଥର ଖସିପାରିଲାନି ଗଂଜେଇ ମାଫିଆ

1 min read

ଭୁବନେଶ୍ବର: ଧରାପଡ଼ିଲା କୁଖ୍ୟାତ ଦୁର୍ଦାନ୍ତ ଗଞ୍ଜେଇ ବେପାରୀ। ମନୋରଞ୍ଜନ ରାଉଳ ଓରଫ ଶିବୁନାକୁ କାବୁ କଲା ଅବକାରୀ ଟିମ୍। ଟଙ୍କପାଣି ସାଇମନ୍ଦିର ନିକଟରେ ଧକ୍କା ଦେଇ ଖସିଯିବାକୁ ଉଦ୍ୟମ ବେଳେ କାବୁ କରିଛି ଅବକାରି ଟିମ୍। ଅବକାରୀ ଟିମ୍‌ର ଗାଡ଼ିକୁ ଧକ୍କା ଦେଇ ଖସି ଯାଉଥିଲା ଏହି ମାଫିଆ। ୪୫କିଲୋ ଗଞ୍ଜେଇ ସହ ଗ୍ରାଣ୍ଡ ଭିଟାରା କାର ଜବତ ହୋଇଛି। ଏପରିକି ଅଫୁଟା ୧୨ଟି ବୋମା ମଧ୍ୟ ଜବତ ହୋଇଛି। ବୋମା ଆଉ ବିସ୍ଫୋରକ ସାମଗ୍ରୀ ର ଭୟ ଦେଖାଇ ଖସି ଯାଉଥିଲା ଏହି ଦୁର୍ଦାନ୍ତ ଅପରାଧି। ପୂର୍ବରୁ ତିନି ଥର ଚକମା ଦେଇ ଖସିଥିବା ଅପରାଧୀ ଶେଷରେ କାବୁ ହୋଇଛି। ଗଞ୍ଜେଇ ମାଫିଆ ମନୋରଞ୍ଜନ ରାଉଳ ଓରଫ ଶିବୁନା ଘର ଛତିଆ ଯାଯପୁରରେ, ଯିଏକି ସାମ୍ନାରେ ଯେକେହି ବି ଥାଉ ଧକ୍କା ଦେଇ ଖସିଯାଉଥିଲା। ବୌଦ୍ଧ ଓ ଫୁଲବାଣୀରୁ ଗଞ୍ଜେଇ ଆଣି ବାଲେଶ୍ବର ଦେଇ କୋଲକାତାରେ ବିକ୍ରି କରୁଥିଲା। ଗଞ୍ଜେଇ ଟଙ୍କାରେ ଲାଭିସ ଷ୍ଟାଇଲ ବଞ୍ଚୁଥିଲା। ଏପରିକି ରେଣ୍ଟାଲ କାର ଆଣି କାର ଭଡ଼ା ନେଇ ଗଞ୍ଜେଇ କାରବାର କରୁଥିଲା। ମାତ୍ର ୨ହଜାର ଟଙ୍କାର ଭଡ଼ା ନେଇ ୨ଲକ୍ଷର ଗଞ୍ଜେଇ କାରବାର କରୁଥିଲା।
ଏପରିକି ନାବାଳାକୁ ନିଜ ନେଟୱର୍କ ସାମିଲ କରୁଥିଲା। ଯୁବତରମାନଙ୍କୁ ସାମିଲ କରି ସେମାନଙ୍କ ଜରିଆରେ ନେଟୱର୍କ ବଢାଉଥିଲା। ପୁଲିସ ଅବକାରି ସ୍କାନରରୁ ଚକମା ଦେଇ ଖସି ଯାଉଥିଲା। ଶେଷରେ ଏହି ଦୁର୍ଦାନ୍ତ ଅପରାଧିକ କ୍ରାଇମ୍ ସିଣ୍ଡିକେଟ୍ ଧରାପଡ଼ିବା ପରେ ଏବେ ତାର ଯାଞ୍ଚ ପାଇଁ ପୁଲିସ ର ସହଯୋଗ ନେବ ଅବକାରୀ ଟିମ୍। ପୂର୍ବରୁ ଗତ ମାର୍ଚ୍ଚ ୧୬ରେ ବରମୁଣ୍ଡାରେ ଅବକାରୀ ଇନସ୍ପେକ୍ଟରକୁ ଧକ୍କା ଦେଇ ଖସି ଯାଇଥିଲା। ସେହିପରି ଗତବର୍ଷ ଡିସେମ୍ବର ମଧ୍ୟ ଦୁଇଟି କର ଜବତ ହୋଇଥିଲା, ଯେଉଁଠୁ ପଚାଶ କେଜି ଗଞ୍ଜେଇ ସହ ଦୁଇଟି କାର ଜବତ ହୋଇଥିଲା।