ରେଲୱେ ପକ୍ଷରୁ ବଡ ଘୋଷଣା
1 min read
ନୂଆଦିଲ୍ଲୀ:ରେଲୱେ ପକ୍ଷରୁ ବଡ ଘୋଷଣା। ପ୍ରତିରକ୍ଷା ସାହସିକତା ପୁରସ୍କାର ବିଜେତା ଓ ପରିବାର ପାଇଁ ରେଲୱେ ପକ୍ଷରୁ ବଡ ଘୋଷଣା। ସେନା ମେଡାଲ, ନୌସେନା ମେଡାଲ, ବାୟୁସେନା ମେଡାଲ ପାଇଥିବା ଯବାନଙ୍କ ପାଇଁ ଏହି ସୁବିଧା ମିଳିବ। ସାହସିକତା ଯବାନଙ୍କ ପାଇଁ ଭାରତୀୟ ରେଲୱେ ଦେୟମୁକ୍ତ ଯାତ୍ରା ସୁବିଧା ଯୋଗାଇ ଦେବାକୁ ଦେଲା ପ୍ରତିଶ୍ରୃତି ।ପ୍ରଥମଶ୍ରେଣୀ ଏସି କୋଚ, ଦ୍ବିତୀୟ ଏସି କୋଚ, ଏସି ଚେୟାର କାରରେ ଆଜୀବନ ମାଗଣା ଯାତ୍ରା। ତାହା ସହ ରେଲୱେ ପକ୍ଷରୁ ଆହୁରି କୁହାଯାଇଛି ଯେ ପୁରସ୍କାର ପ୍ରାପ୍ତ ବ୍ୟକ୍ତିଙ୍କ ସହିତ ଜଣେ ସହଯାତ୍ରୀ ମଧ୍ୟ ଯାତ୍ରା କରିପାରିବେ। ପୁରସ୍କାର ପ୍ରାପ୍ତ ବ୍ୟକ୍ତିଙ୍କ ବିଧବା ପତ୍ନୀ ଯଦି ପୁନର୍ବିବାହ କରି ନଥାନ୍ତି ତାହାଲେ ସେ ବି ରେଲୱେରେ ମାଗଣା ଯାତ୍ରା କରିବାରେ ସୁବିଧା ପାଇ ପାରିବେ। ଅବିବାହିତଙ୍କ ମୃତ୍ର୍ୟୁ କିମ୍ବା ପରବର୍ତ୍ତି ପୁରସ୍କାର ପ୍ରାପ୍ତଙ୍କ ପିତାମାତା ମଧ୍ୟ ସୁବିଧା ପାଇପାରିବେ।


