August 15, 2026

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଇରାନ ରାଷ୍ଟ୍ରପତି ମସୁଦ ପେଜେସ୍କିଆନ୍‌ଙ୍କ ସହିତ କଥାବାର୍ତ୍ତା

1 min read

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଇରାନ ରାଷ୍ଟ୍ରପତି ମସୁଦ ପେଜେସ୍କିଆନ୍‌ଙ୍କ ସହିତ କଥାବାର୍ତ୍ତା କରିଛନ୍ତି। ମୋଦୀ ପେଜେସ୍କିଆନଙ୍କୁ ଇଦ୍‌ ଓ ନୌରଜ୍‌ ପାଇଁ ଶୁଭେଚ୍ଛା ଜଣାଇବା ସହିତ ପଶ୍ଚିମ ଏସିଆ ସ୍ଥିତି ଉପରେ କଥାବାର୍ତ୍ତା କରିଥିଲେ। ମୋଦୀ ପଶ୍ଚିମ ଏସିଆର ଗୁରୁତ୍ବପୂର୍ଣ୍ଣ ଭିତ୍ତିଭୂମି ଉପରେ ଆକ୍ରମଣକୁ ନିନ୍ଦା କରିଛନ୍ତି। ଭିତ୍ତିଭୂମି ଉପରେ ଆକ୍ରମଣ ଆଞ୍ଚଳିକ ସ୍ଥିରତା ପ୍ରତି ବିପଦ ସୃଷ୍ଟି କରିବା ସହିତ ବିଶ୍ବ ଯୋଗାଣ ଶୃଙ୍ଖଳ ପ୍ରତି ବାଧା ସୃଷ୍ଟି କରିବ ବୋଲି ମୋଦୀ କହିଥିଲେ।

ଜାହାଜ ଚଳାଚଳ ମାର୍ଗ ଉନ୍ମୁକ୍ତ ଓ ସୁରକ୍ଷିତ ରହିବା ଉପରେ ମୋଦୀ ଗୁରୁତ୍ବ ଦେଇଥିଲେ। ଫେବ୍ରୁଆରି ୨୮ରେ ପଶ୍ଚିମ ଏସିଆରେ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଇରାନ ରାଷ୍ଟ୍ରପତିଙ୍କ ସହିତ ଏହା ମୋଦୀଙ୍କ ଦ୍ବିତୀୟ ଟେଲିଫୋନ୍‌ ବାର୍ତ୍ତାଳପ। ଏହାପୂର୍ବରୁ ଚଳିତ ମାସ ମୋଦୀ ପେଜେସ୍କିଆନଙ୍କ ସହିତ କଥାବାର୍ତ୍ତା କରି ଯୁଦ୍ଧ ଓ ଉତ୍ତେଜନା ବୃଦ୍ଧିକୁ ନେଇ ଉଦ୍‌ବେଗ ପ୍ରକାଶ କରିବା ସହିତ ଭାରତୀୟ ନାଗରିକଙ୍କ ସୁରକ୍ଷା ଓ ସୁରୁଖୁରୁରେ ଭାରତର ସାମଗ୍ରୀ ଓ ଶକ୍ତି ପରିବହନ ଜାରି ରହିବା ଉପରେ ଗୁରୁତ୍ବ ଦେଇଥିଲେ।