March 21, 2026

ଗୋଆ, କର୍ଣ୍ଣାଟକ, ନାଗାଲାଣ୍ଡ ଓ ତ୍ରିପୁରା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି

1 min read

ନୂଆଦିଲ୍ଲୀ: ବିଜେପି ଗୁରୁବାର ଗୋଆ, କର୍ଣ୍ଣାଟକ, ନାଗାଲାଣ୍ଡ ଓ ତ୍ରିପୁରାରେ ୫ଟି ବିଧାନସଭା ଆସନରେ ହେବାକୁ ଥିବା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଏସବୁ ସ୍ଥାନରେ ଏପ୍ରିଲ ୯ ତାରିଖରେ ମତଦାନ ଅନୁଷ୍ଠିତ ହେବ।

ଦଳ ଗୋଆର ପୋଣ୍ଡା ଆସନରୁ ରିତେଶ ରବି ନାଏକ, ନାଗାଲାଣ୍ଡର କୋରିଡାଙ୍ଗ ଆସନରୁ ଡାଓଚିଅର ଆଇ ଇମଚେନ ଏବଂ ତ୍ରିପୁରାର ଧର୍ମନଗର ଆସନରୁ ଜହର ଚକ୍ରବର୍ତ୍ତୀଙ୍କୁ ପ୍ରାର୍ଥୀ ଘୋଷଣା କରିଛି। ବୀରଭଦ୍ରାୟ ଚରନ୍ତିମଠ ବାଗଲକୋଟ ଆସନରୁ ଉପନିର୍ବାଚନ ଲଢ଼ିବେ ଏବଂ ଶ୍ରୀନିବାସ ଟି ଦାସକାରିୟାପ୍ପା କର୍ଣ୍ଣାଟକର ଦାଭାନଗେରେ ଦକ୍ଷିଣ ଆସନରୁ ନିର୍ବାଚନ ଲଢ଼ିବ ବୋଲି ବିଜେପି ପକ୍ଷରୁ ପ୍ରକାଶିତ ତାଲିକାରୁ ଜଣାପଡ଼ିଛି।