March 17, 2026

ଏଲ୍‌ଏଲ୍‌ସିସି ୧୪ବର୍ଷରୁ କମ୍‌ କ୍ରିକେଟ୍‌ କ୍ବାର୍ଟରରେ ପାରାମାଉଣ୍ଟ

1 min read

ଭୁବନେଶ୍ବର: ସ୍ଥାନୀୟ ଆଇଆର୍‌ସି ଭିଲେଜ୍‌ ପଡ଼ିଆଠାରେ ଆରମ୍ଭ ‌ହୋଇଥିବା ପଞ୍ଚମ ଏଲ୍‌ଏଲ୍‌ସିସି କପ୍‌ ୧୪ ବର୍ଷରୁ କମ୍‌ କ୍ରିକେଟ୍‌ ପ୍ରତିଯୋଗିତାର କ୍ବାର୍ଟରଫାଇନାଲ୍‌ରେ ପାରାମାଉଣ୍ଟ ସ୍ପୋର୍ଟିଂ ପ୍ରବେଶ କରିଛି। ମଙ୍ଗଳବାର ପ୍ରିକ୍ବାର୍ଟରଫାଇନାଲ୍‌ରେ ଏହି ଦଳ ୩୮ ରନ୍‌ରେ ଟାଉନ୍‌ କ୍ଲବ୍‌କୁ ପରାସ୍ତ କରିଛି। ସୁସଙ୍କେତ ରାଉତରାୟ (୬୨) ଓ ପ୍ରୀତମ ରାଉତରାୟ (୫୫)ଙ୍କ ଅର୍ଦ୍ଧଶତକ ବଳରେ ନିର୍ଦ୍ଧାରିତ ୩୫ ଓଭରରେ ପାରାମାଉଣ୍ଟ ସ୍ପୋର୍ଟିଂ ୮ ୱିକେଟ୍‌ ହରାଇ ୨୧୪ ରନ୍‌ କରିଥିଲା। ଟାଉନ କ୍ଲବ୍‌ର ସୁକାନ୍ତ କୁମାର ବେହେରା ଓ ଆଦର୍ଶ ବିଶ୍ବାଳ ୨ ଲେଖାଏଁ ୱିକେଟ୍‌ ଅକ୍ତିଆର କରିଥିଲେ। ଜବାବରେ ଟାଉନ କ୍ଲବ୍‌ ୫ ୱିକେଟ୍‌ ହରାଇ ୧୭୬ ରନ୍‌ କରିପାରିଥିଲା। ଆଦର୍ଶ ବିଶ୍ବାଳ ୭୨* ରନ୍‌ରେ ଅପରାଜିତ ରହିଥିଲେ। ଚମତ୍କାର ବୋଲିଂ ପାଇଁ ପାରାମାଉଣ୍ଟର ଶାଜୈବ ଆଲାମ (୭-୫-୧୬-୨)ଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଏଲ୍‌ଏଲ୍‌ସିସିର ଯୁଗ୍ମସମ୍ପାଦକ ଅଜୟ କୁମାର ସାହୁ ପ୍ରଦାନ କରିଥିଲେ।