March 15, 2026

ମସଜିଦରେ ସର୍ବ ସମ୍ପ୍ରଦାୟ ବନ୍ଧୁ ମିଳନ କାର୍ଯ୍ୟକ୍ରମ

1 min read

ଘୁ.ଉଦୟଗିରି: ସ୍ଥାନୀୟ ସୁନି ଜାମାମସଜିଦ୍ ଠାରେ ପବିତ୍ର ରମଜାନ ମାସର ୨୧ତମ ଉପବାସର ଇଫତିୟାର ଅବସରରେ ଏକ ସର୍ବ ସଂପ୍ରଦାୟ ବନ୍ଧୁମିଳନ କାଯ୍ୟକ୍ରମ ମସଜିଦର ପରିଚାଳନା କମିଟିର ସଦସ୍ୟ ଏଵଂ ଅଞ୍ଚଳର ଇସଲାମ ର୍ଧମ ଅବଲମ୍ବୀଙ୍କ ଦ୍ୱାରା ଆୟୋଜନ କରାଯାଇଥିଲା। ଉକ୍ତ ବନ୍ଧୁମିଳନ କାର୍ଯ୍ୟକ୍ରମରେ ଏନଏସି ଅଧ୍ୟକ୍ଷା ଦେବସ୍ମୀତା ସତପଥି, ଅଧ୍ୟକ୍ଷା, ଉପାଧ୍ୟକ୍ଷ ସନ୍ତୋଷ କୁମାର ବାଘ, କାଉନସିଲର ଯାକେଶ ପ୍ରଧାନ, ଯୁବ ସମାଜସେବୀ ଆମନ ଚନ୍ଦ୍ର ନାୟକ, ମହମ୍ମଦ ନୁର, ମହମ୍ମଦ ତୈସିଫ, ନଗର କଂଗ୍ରେସ ସଭାପତି ସୁଭ୍ରମନ୍ୟ ନାୟକ, ବିଧାୟକ ପ୍ରତିନିଧି ମଧୁଲିନା ଦିଗାଲ, ଇଂ ସୁସାନ୍ତ କୁମାର ସାହୁଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ଉକ୍ତ କାଯ୍ୟକ୍ରମକୁ ସଭାପତି ମହମ୍ମଦ ଜାମିଲ, ସମ୍ପାଦକ ସୟଦ ଅବଦୁଲ କରିମ, କୋଷାଧ୍ୟକ୍ଷ ମହମ୍ମଦ ଇସଲାମ, ମହମ୍ମଦ ମଜିଦ, ମହମ୍ମଦ ସକିଲ, ମହମ୍ମଦ ସାବୁଦିନ, ମହମ୍ମଦ କୁଫରାନ, ମହମ୍ମଦ ଫକିରୁଦ୍ଧିନ ପରିଚାଳନା କରିଥିଲେ ପରିଶେଷରେ ଇମାମ ମୈଲବି ହାମିଦରାଜା ଏବଂ ମହମ୍ମଦ ତାଜମୁଲ ହୁସେନ ବିଶ୍ୱ ଶାନ୍ତି, ଭାଇଚାରା ପାଇଁ ପ୍ରାର୍ଥନା କରିଥିଲେ।