ନିଆଁରେ ପୋଡ଼ି ନାବାଳିକା ଗୁରୁତର
1 min read
ଆସିକା: ଇତି ମଧ୍ୟରେ ଚିନିଶିଳ୍ପର ଆଖୁପେଡା ଶେଷ ହୋଇଥିବା ବେଳେ ଚିନିଶିଳ୍ପର ବୟଲର ମଧ୍ୟ ବନ୍ଦ ହୋଇଛି। ବୟଲରରୁ ବାହାରି ଥିବା ପାଉଁଶ ନିଆଁ ରେ ପୋଡି ହୋଇ ଗୁରୁତର ହୋଇଛି ନାବାଳିକା ଲୋକେଶ ବରୀ। ନିଜ ବାପା ସହିତ ଘୁଷୁରୀପଲ ପଛରେ ଚାଲିଥିବା ଲୋକେଶ ଘୁଷୁରୀ ପଛରେ ପାଉଁଶ ନିଆଁ ଉପରେ ଚାଲି ଯିବାରୁ ତାର ହାତ ଗୋଡ଼ ଜଳି ଗୁରୁତର ହୋଇଛି। ଗୁରୁତର ଅବସ୍ଥାରେ ତାକୁ ପ୍ରଥମେ ଆସିକା ଏସ ଡି ଏଚ ଓ ପରେ ବ୍ରହ୍ମପୁର ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ବୟଲର ବନ୍ଦ ପରେ ସେଥିରୁ ବାହାରି ଥିବା ପାଉଁଶ ନିଆଁକୁ ସମ୍ପୁର୍ଣ୍ଣ ଭାବେ ଲିଭାଇ ଥଣ୍ଡା ପରେ ବାହାରେ ନ ଫୋପାଡ଼ି ନିଆଁ ଲାଗିଥିବା ପାଉଁଶକୁ ଶଗଡ଼ ରାସ୍ତାକଡରେ ଫୋଫଡ଼ି ଦେଇ କତ୍ତୃପକ୍ଷ ନିଜ ଦାୟିତ୍ବ ଶେଷ କରିଦେଇଥିଲେ। ପାଉଁଶ ନିଆଁ ଫିଙ୍ଗା ଯାଇଥିବା ସ୍ଥାନରେ କୌଣସି ବାଡ଼ ବିଛା ଯାଇ ନଥିଲା। ଆଜି ସେହି ରାସ୍ତାରେ ଘୁଷୁରୀ ପଛେ ପଛେ ଯାଇ ପାଉଁଶ ନିଆଁରେ ପଡି ଗୁରୁତର ହେବା ପରେ ଚିନିଶିଳ୍ପ ସମ୍ପାଦକ ସନ୍ତୋଷ କୁମାର ମଳିକ ଆସିକା ମେଡ଼ିକାଲକୁ ନେଇଥିଲେ। ସେଠାରୁ ଏକ ବେସରକାରୀ ଗାଡ଼ିରେ ବ୍ରହ୍ମପୁର ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ବାଲିକାଟିର ୫୦ ପ୍ରତିଶତରୁ ଅଧିକ ଅଂଶ ପୋଡି ଯାଇଛି। ଏହି ଘଟଣା ପରେ ଅଗ୍ନିଶମ ବାହିନୀ ପହଞ୍ଚି ଦେଢ଼ଘଣ୍ଟା ପରିଶ୍ରମ କରି ନିଆଁକୁ ଆୟତ୍ତ କରିଛି। କେଉଁ ପରିସ୍ଥିତିରେ ନିଆଁ କୁ ନ ଲିଭାଇ ବାହାରେ ଫିଙ୍ଗା ଗଲା ତାହା ଏବେ ଚିନିଶିଳ୍ପର ବୟଲର ଦାଇତ୍ୱ ରେ ଥିବା ଯନ୍ତ୍ରୀ ଓ କର୍ମଚାରୀଙ୍କ କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଚିନିଶିଳ୍ପରେ ଦୁର୍ଘଟଣା ରେ ମୃତାହତ ହେଉଥିବା ବେଳେ ଆଉ କେତେ ଅଘଟଣ ଘଟିଲେ ଚିନିଶିଳ୍ପ ଚେତିବ।


