ରସେଲ ଜିତିଲେ ଅଷ୍ଟ୍ରେଲିଆନ୍ ଗ୍ରାଁ ପ୍ରି
1 min read
ମେଲ୍ବର୍ଣ୍ଣ: ମର୍ସିଡିଜ୍ ଚାଳକ ଜର୍ଜ ରସେଲ ଚଳିତ ଋତୁର ପ୍ରଥମ ଫର୍ମୁଲା ୱାନ୍ ରେସ୍ ଅଷ୍ଟ୍ରେଲିଆନ୍ ଗ୍ରାଁ ପ୍ରି ଜିତିଛନ୍ତି। ରବିବାର ଏହି ୨୮ ବର୍ଷୀୟ ବ୍ରିଟିସ୍ ରେସ୍ ଡ୍ରାଇଭର୍ ଚମତ୍କାର ପ୍ରଦର୍ଶନ କରି ନିଜ ଦଳୀୟ ସାଥୀ କିମି ଆଣ୍ଟୋନେଲିଙ୍କୁ ପଛରେ ପକାଇ ଏହି ଟ୍ରଫି ଜିତିଥିଲେ। ଫଳରେ ମର୍ସିଡିଜ୍ ୧-୨ ସଫଳତା ପାଇଥିଲା। ରସେଲ ୧ଘଣ୍ଟା ୨୩ ମିନିଟ୍ ୦୬.୮୦୧ ସେକେଣ୍ଡ୍ରେ ରେସ୍ ଶେଷ କରିଥିଲା ବେଳେ ଆଣ୍ଟୋନେଲି ତାଙ୍କଠୁ ୨.୯୪୭ ସେକେଣ୍ଡ ଅଧିକ ସମୟ ନେଇଥିଲେ। ଫେରାରିର ଚାର୍ଲେସ ଲେକ୍ଲାର୍କ ତୃତୀୟ ସ୍ଥାନରେ ରହିଥିଲା ବେଳେ ୭ ଥରର ବିଶ୍ବବିଜେତା ପୂର୍ବତନ ମର୍ସିଡିଜ୍ ଡ୍ରାଇଭର୍ ତଥା ଫେରାରିରୁ ପ୍ରତିନିଧିତ୍ବ କରୁଥିବା ଲୁଇସ ହାମିଲଟନ୍ ଚତୁର୍ଥ ଏବଂ ମ୍ୟାକ୍ ଲରେନ୍ର ଲାଣ୍ଡୋ ନରେସ ପଞ୍ଚମ ସ୍ଥାନ ଅଧିକାର କରିଥିଲେ। ୪ ଥରର ବିଜେତା ରେଡ୍ବୁଲ୍ ଡ୍ରାଇଭର୍ ମ୍ୟାକ୍ସ ଭର୍ସ୍ତାପେନ୍ ଷଷ୍ଠରେ ରହିଥିଲେ।


