ପରଲୋକରେ ଭେଟରାନ ନେତା ଆର. ନଲ୍ଲାକାହ୍ନୁ
1 min read
ଚେନ୍ନାଇ: ତାମିଲନାଡ଼ୁ କମ୍ୟୁନିଷ୍ଟ୍ ପାର୍ଟି ଅଫ୍ ଇଣ୍ଡିଆ(ସିପିଆଇ)ର ବରିଷ୍ଠ ନେତା ତଥା ସ୍ଵାଧିନତା ସଂଗ୍ରାମୀ ଆର. ନଲ୍ଲାକାହ୍ନୁ ୧୦୧ବର୍ଷ ବୟସରେ ରାଜିବଗାନ୍ଧୀ ସରକାରୀ ଜେନେରାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି। ଗତ ଫେବ୍ରୁଆରୀ ୧ତାରିଖରେ ତାଙ୍କର ସ୍ଵାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଏକ ବିଶେଷଜ୍ଞ ଡାକ୍ତରୀ ଟିମଙ୍କ ନିରିକ୍ଷଣରେ ତାଙ୍କର ଚିକିତ୍ସା ଚାଲିଥିଲା। ତାଙ୍କୁ ଲାଇଫ୍ ସପୋର୍ଟରେ ରଖାଯାଇଥିଲା ଏବଂ ସୋମବାର ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥାରେ ଅବନତି ଘଟିଥିଲା। ତାଙ୍କର ମଲ୍ଟିପଲ ଅରଗାନ୍ (ଶରୀରର ବିଭିନ୍ନ ଅଙ୍ଗ) କାମ କରିବା ଧିରେ ଧିରେ ବନ୍ଦ କରିଦେବା କାରଣରୁ ବୁଧବାର ୧:୫୫ ମିନିଟରେ ତାଙ୍କର ମୃତ୍ୟୁ ହୋଇଛି।


