ଠକେଇ ମାମଲାରେ ତଥାକଥିତ ସମାଜସେବୀ ଗିରଫ
1 min read
ହାଟଡିହି : ଠକେଇ ମାମଲାରେ ନିଜକୁ ସମାଜସେବିକା ବୋଲାଉଥିବା ସୁରେଶ୍ୱରୀ ସାଗରୀକା ଜେନାକୁ ଉଠାଇନେଲା ଖଣ୍ଡଗିରି ପୁଲିସ। ଆଜି ସକାଳୁ କେନ୍ଦୁଝର ଜିଲ୍ଲା ନନ୍ଦିପଦା ପୁଲିସ ସହଯୋଗରେ ହାଟଡିହିର ନିଜ ବାସଭବନରୁ ଉଠାଇଲା ଖଣ୍ଡଗିରି ପୁଲିସର ଏକ ଦଳ। ସୁରେଶ୍ୱରୀ ଚାକିରି କରାଇ ଦେବାକୁ କହି ୨୨ ଲକ୍ଷ ଠକି ନେଇଥିବା ଖଣ୍ଡଗିରି ଥାନାରେ ଅଭିଯୋଗ ହୋଇଥିଲା। ସୁରେଶ୍ୱରୀ ଜୟଦୁର୍ଗା ଫାଉଣ୍ଡେସନ ନାମରେ ଏକ ଟ୍ରଷ୍ଟ କରି ବିଭିନ୍ନ ବର୍ଗର ଯୁବକ ଯୁବତୀ ଙ୍କୁ ସଂଗଠିତ କରିଥିଲେ।


