January 28, 2026

ଅଜିତ ପାୱାରଙ୍କ ବିୟୋଗରେ ମହାରାଷ୍ଟ୍ରରେ ତିନିଦିନିଆ ଶୋକ ଘୋଷଣା

1 min read

ମୁମ୍ବାଇ: ଏକ ଚାଟାର୍ଡ ବିମାନ ଦୁର୍ଘଟଣାରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କର ପରଲୋକ ପରେ ମହାରାଷ୍ଟ୍ର ସରକାର ବୁଧବାର ରାଜ୍ୟରେ ତିନିଦିନିଆ ଶୋକ ଘୋଷଣା କରିଛନ୍ତି। ମହାୟୁତି ସରକାର ମଧ୍ୟ ଦିବଂଗତ ଏନ୍‌ସିପି ନେତାଙ୍କର ରାଷ୍ଟ୍ରୀୟ ମର୍ଯ୍ୟାଦାର ସହିତ ଅନ୍ତ୍ୟେଷ୍ଟି କରାଯିବ ବୋଲି ଘୋଷଣା କରିଛନ୍ତି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ୍‌ ତାଙ୍କ ସରକାରୀ ବାସଭବନରେ ଗଣମାଧ୍ୟମକୁ ସମ୍ବୋଧିତ କରି କହିଛନ୍ତି ଯେ, ଅଜିତ ପାୱାର ତାଙ୍କ ଦୀର୍ଘ ଦିନର ସାର୍ବଜନୀନ ଜୀବନରେ ମହାରାଷ୍ଟ୍ରର ସାଧାରଣ ଲୋକଙ୍କ ମଧ୍ୟରେ ଅପାର ବିଶ୍ୱାସ ଏବଂ ସ୍ନେହ ଉପଭୋଗ କରିଥିଲେ। ମହାରାଷ୍ଟ୍ରର ବିକାଶରେ ତାଙ୍କର ଗୁରୁତ୍ବପୂର୍ଣ୍ଣ ସହଯୋଗ ରହିଥିଲା। ଏହାସହିତ ଫଡନାବିସ୍‌ ଅଜିତ ପାୱାରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ବୁଧବାରକୁ ସାଧାରଣ ଛୁଟି ଦିବସ ଭାବେ ଘୋଷଣା କରିଛନ୍ତି।