August 11, 2026

ପାକିସ୍ତାନୀ ସେନା ଉପରେ ଆକ୍ରମଣ

1 min read

ଇସଲାମାବାଦ: ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶରେ ବାଲୁଚ୍ ଲିବରେସନ୍ ଆର୍ମି (ବିଏଲ୍‌ଏ)ର ଯୋଦ୍ଧାମାନେ ୧୨ଜଣ ପାକିସ୍ତାନୀ ସେନା ସୈନିକଙ୍କୁ ହତ୍ୟା କରିଛନ୍ତି। ଏହି ଏନକାଉଣ୍ଟରରେ ଛଅ ଜଣ ପାକିସ୍ତାନୀ ସୈନିକ ଆହତ ହୋଇଛନ୍ତି। ବିଏଲ୍‌ଏର ଜଣେ ମୁଖପାତ୍ର କହିଛନ୍ତି ଯେ ଏହାର ଯୋଦ୍ଧାମାନେ ପଞ୍ଜଗୁର ଜିଲ୍ଲାରେ ଘଣ୍ଟା ଘଣ୍ଟା ଧରି ଚାଲିଥିବା ସଂଘର୍ଷରେ ପାକିସ୍ତାନୀ ସୈନିକଙ୍କୁ ଟାର୍ଗେଟ କରିଥିଲେ। ବିଏଲ୍‌ର ମୁଖପାତ୍ର ଜିଆଣ୍ଡ ବାଲୁଚ୍ କହିଛନ୍ତି ଯେ ସୋରାପ ଅଞ୍ଚଳରେ ବହୁ ସଂଖ୍ୟାରେ ଆଗକୁ ବଢ଼ିବାକୁ ଚେଷ୍ଟା କରୁଥିବା ସମୟରେ ଏହି ଗୋଷ୍ଠୀ ପାକିସ୍ତାନୀ ସୈନିକଙ୍କ ଏକ ମୃତ୍ୟୁ ଦଳକୁ ଟାର୍ଗେଟ କରିଥିଲା। ଜିଆଣ୍ଡ ବାଲୁଚ୍ କହିଛନ୍ତି ଯେ ଶନିବାର ଦିନ ପ୍ରାୟ ୧ଟା ସମୟରେ ସଂଘର୍ଷ ଆରମ୍ଭ ହୋଇଥିଲା ଏବଂ ରାତି ପ୍ରାୟ ୮ଟା ପର୍ଯ୍ୟନ୍ତ ଚାଲିଥିଲା।