ପୁରୀ ଜ଼ିଲ୍ଲା ପ୍ରଶାସନ ତରଫରୁ ବେଆଇନ ତମାଖୁ ବ୍ୟବସାୟୀ ମାନଙ୍କ ଉପରେ ଚଢ଼ାଉ
1 min read
ପୁରୀ : ଆଜି ଜିଲ୍ଲା ପ୍ରଶାସନ ଓ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ ତରଫରୁ ପୁରୀ ମୁନିସିପାଳିଟି ବିଭିନ୍ନ ଶିକ୍ଷାନୁଷ୍ଠାନ ଅଂଚଳରେ ବେଆଇନି ତମାଖୁ ବ୍ୟବସାୟୀ ମାନଙ୍କ ଉପରେ ଚଢ଼ାଉ କରାଯାଇଛି ଓ ତିନି ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି I ଏହା ସହ ବିପୁଳ ପରିମାଣର ତମାଖୁ ପଦାର୍ଥକୁ ନଷ୍ଟ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଜନସ୍ୱାସ୍ଥ୍ୟ ଅଧିକାରୀ ଡା ଅଶୋକ କୁମାର ମିଶ୍ର,ଖାଦ୍ୟ ସୁରକ୍ଷା ଅଧିକାରୀ ବେଦଶ୍ରୀ ସାହୁ, କୁମ୍ଭାରପଡା ଥାନା ଅଧିକାରୀ, ଜିଲ୍ଲା ତମାଖୁ ନିୟନ୍ତ୍ରଣ ଅଧିକାରୀ ଡା ସୁଶାନ୍ତ କୁମାର ବିଶ୍ୱାଳ ମିଳିତ ଭାବରେ ଚଢ଼ାଉ କରିଥିଲେ। ଏହି କାର୍ଯ୍ୟକ୍ରମ ଜିଲ୍ଲା ର ସମସ୍ଥ ଅଂଚଳରେ ଜାରୀରହିବ।