December 29, 2025

ସ୍କୁଲ୍‌ ପିଲାଙ୍କ ପାଇଁ ଖୁସିଖବର

1 min read

CREATOR: gd-jpeg v1.0 (using IJG JPEG v80), quality = 60

ଭୁବନେଶ୍ୱର: ରାଜ୍ୟରେ ସ୍କୁଲ ପିଲାଙ୍କ ପାଇଁ ଆରମ୍ଭ ହେବ ମାଗଣା ବସ୍‌ ସେବା। ମୁଖ୍ୟମନ୍ତ୍ରୀ ବସ ସେବା ଯୋଜନାରେ ପିଲାଙ୍କୁ ମାଗଣା ବସ ସେବା ଯୋଗାଇ ଦିଆଯିବ । ସ୍କୁଲ ଓ ଗଣଶିକ୍ଷା ବିଭାଗର ପ୍ରସ୍ତାବକୁ ରାଜ୍ୟ ସରକାରଙ୍କ ଅନୁମୋଦନ ପ୍ରଦାନ କରିଛନ୍ତି। ଏ ନେଇ ପରିବହନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଡ୍ରପ ଆଉଟ ହ୍ରାସ କରିବାକୁ ଆରମ୍ଭ ହେବ ମାଗଣା ବସ୍‌ ସେବା। ଉଭୟ ଏସି ଓ ନନ ଏସି ବସ୍‌ରେ ଏହି ସେବା ଲାଗୁ ହେବ। ବସ୍‌ରେ ଯାତ୍ରା ବେଳେ ୟୁନିଫର୍ମରେ ରହିବା ସହ ଆଇକାର୍ଡ ପକାଇବେ ଛାତ୍ରୀଛାତ୍ର। ବର୍ତ୍ତମାନ OSRTC ବସ୍‌ ରୁଟ ଓ ଟାଇମିଂରେ ସଂଶୋଧନ କରିବ । ସଂଶୋଧିତ ରଟ୍‌ରେସର୍ବାଧିକ ସ୍କୁଲ ଥିବା ରାସ୍ତାକୁ ସାମିଲ କରାଯିବ।