February 10, 2026

ଘନ କୁହୁଡି ସାଧାରଣ ଜୀବନ ଯାତ୍ରା ବିଶେଷ ଭାବେ ପ୍ରଭାବିତ

1 min read

ନୂଆଦିଲ୍ଲୀ : ଦିଲ୍ଲୀ, ଉତ୍ତରପ୍ରଦେଶ ଏବଂ ରାଜସ୍ଥାନ ସମେତ ଅନେକ ରାଜ୍ୟରେ ଆଜି ଘନ କୁହୁଡିର ଆସ୍ତରଣ ଦେଖିବାକୁ ମିଳିଥିଲା। ଯାହାଦ୍ଵାରା ସାଧାରଣ ଜୀବନ ଯାତ୍ରା ବିଶେଷ ଭାବେ ପ୍ରଭାବିତ ହୋଇଛି। ଏପରିକି ସଡକ ପଥ, ରେଳପଥ ଏବଂ ବିମାନସେବା କ୍ଷେତ୍ର ବାଧା ଉପୁଜିଛି। ପ୍ରଚଣ୍ଡ ଶୀତ ଲହରୀ ଯୋଗୁଁ ବାନ୍ଦାରେ ଜଣେ ଚାଷୀ ଏବଂ ଜଣେ ଯୁବକଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଆଜି କାନପୁର, ବାରବାଙ୍କୀ, ଅଯୋଧ୍ୟା ଏବଂ ଲକ୍ଷ୍ନୌ ସମେତ ରାଜ୍ୟର ୪୦ ରୁ ଅଧିକ ଜିଲ୍ଲାରେ ଘନ କୁହୁଡି ଦେଖିବାକୁ ମିଳିଥିଲା।

ସେପଟେ ଆଇଏମଡିର ସୂଚନା ଅନୁଯାୟୀ ଡିସେମ୍ବର ୨୫ ତାରିଖ ପର୍ଯ୍ୟନ୍ତ ତାପମାତ୍ରା କମିବ। ଅନେକ ଜିଲ୍ଲାରେ ବଢ଼ୁଥିବା ଶୀତକୁ ଦୃଷ୍ଟିରେ ରଖି, ଜିଲ୍ଲା ପ୍ରଶାସନ ସ୍କୁଲ ଛୁଟି ଘୋଷଣା କରିଛି। ଲୋକମାନଙ୍କୁ ଅଯଥାରେ ଘରୁ ନ ବାହାରିବାକୁ ଅନୁରୋଧ କରାଯାଇଛି। ଘନ କୁହୁଡ଼ି ଯୋଗୁଁ ରାଜପଥରେ ଧୀରେ ଗାଡି ଚଲାଇବାକୁ ପରାମର୍ଶ ଦିଆଯାଇଛି।