December 21, 2025

ଆସାମ ଚା ଉପହାର ଦେଇଥିଲେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

1 min read

ନୂଆଦିଲ୍ଲୀ: ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗତ ସମୟରେ ତାଙ୍କୁ ଆସାମ ଚା ଉପହାର ଦେଇଥିଲେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମୋଦୀଙ୍କ ଆସାମ ଗସ୍ତରେ ଆଜି ସେ ଏଭଳି ବୟାନ ଦେଇଛନ୍ତି ।

ମୋଦୀଙ୍କ ଭାରତ ଗସ୍ତର ଆଜି ହେଉଛି ଦ୍ଵିତୀୟ ଦିନ । ଆସାମର ନମରୂପ ରେ ମୋଦୀ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଆସାମ ଲୋକଙ୍କୁ ଉଦବୋଧନ ଦେଇଥିଲେ । ସଭାରେ ସେ ଋଷ ରାଷ୍ଟ୍ରପତିଙ୍କୁ ଆସାମ ଚା ଉପହାର ଦେଇଥିବା କହିଛନ୍ତି । ମୋଦି କହିଛନ୍ତି, ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଆସିଥିଲେ । ଦିଲ୍ଲୀରେ ତାଙ୍କ ସହ କାର୍ଯ୍ୟକ୍ରମ ଥିଲା । ମୁଁ ଗର୍ବର ସହିତ ତାଙ୍କୁ ଆସାମର କଳା ଚା (ବ୍ଲାକ ଟି) ଉପହାର ଦେଇଥିଲି । ଆମେ ଆସାମର ସମ୍ମାନ ବୃଦ୍ଧି କରୁଥିବା ପ୍ରତ୍ୟେକ କାର୍ଯ୍ୟକୁ ପ୍ରାଥମିକତା ଦେଉଛୁ ।ଏହା ସହ ବିରୋଧୀ କଂଗ୍ରେସକୁ ସେ ନିଶାଣ କରି କହିଛନ୍ତି ଯେ , ବିଜେପି ଆସାମର ସମ୍ମାନ କରୁଥିଲା ବେଳେ ଏହା କଂଗ୍ରେସ ପାଇଁ ସବୁଠାରୁ ଅଧିକ କ୍ଷତି ହେଉଛି । ଯେତେବେଳେ ବିଜେପି ଭୂପେନ ଦାଙ୍କୁ ଭାରତ ରତ୍ନ ପ୍ରଦାନ କଲା, କଂଗ୍ରେସ ଖୋଲାଖୋଲି ଭାବରେ ଏହାର ବିରୋଧ କରିଥିଲା । କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ କହିଥିଲେ ଯେ ମୋଦି ଗାୟକ ଏବଂ ନୃତ୍ୟଶିଳ୍ପୀଙ୍କୁ ଭାରତ ରତ୍ନ ଦେଉଛନ୍ତି । ଏହା କ’ଣ ଭୂପେନ ଦାଙ୍କ ଅପମାନ ନୁହେଁ ? ଏହା କ’ଣ ଆସାମର କଳା ଏବଂ ସଂସ୍କୃତିର ଅପମାନ ନୁହେଁ ? ବୋଲି ପ୍ରଶ୍ନ କରିଥିଲବେ ମୋଦୀ । ମୋଦୀ କଂଗ୍ରେସକୁ ନିଶାଣ କରି ଆହୁରି କହିଛନ୍ତି ଯେ , ସେହି ସରକାର ଦଶନ୍ଧି ଧରି ଚା ଚାଷୀ ସମ୍ପ୍ରଦାୟକୁ ଭୂମି ଅଧିକାର ଦେଇ ନଥିଲା । ବିଜେପି ସେମାନଙ୍କୁ ଭୂମି ଅଧିକାର ଏବଂ ସମ୍ମାନର ଜୀବନ ଦେଲା । ମୁଁ ଜଣେ ‘ଚାୟୱାଲା’ । ଯଦି ମୁଁ ଏହା ନ କରେ, ତେବେ ଆଉ କିଏ କରିବ ? ବୋଲି ମୋଦୀ କହିଛନ୍ତି ।