February 13, 2026

ଫରେଷ୍ଟରରୁ ରେଞ୍ଜର୍, ସଂପତ୍ତି କୋଟି କୋଟି ଟଙ୍କା

1 min read

ଜଗତସିଂହପୁର: ଫରେଷ୍ଟରରୁ ରେଞ୍ଜର୍, ସଂପତ୍ତି କୋଟି କୋଟି ଟଙ୍କାର। ଚାକିରି ଆରମ୍ଭ କରିଥିଲେ ମାତ୍ର ଦେଢ଼ ହଜାର ଟଙ୍କାରେ। ୪୦ ବର୍ଷରେ ରୋଜଗାର କରିଛନ୍ତି ଅମାପ ସଂପତ୍ତି। ଏକଥା ଆମେ କହୁନାହୁଁ। କହୁଛି ଭିଜିଲାନ୍ସ ତଥ୍ୟ। ଜଗତସିଂହପୁର ଜିଲ୍ଲା ରାହାମା ରେଞ୍ଜର ରାଜେନ୍ଦ୍ର କୁମାର ସାମନ୍ତରାୟଙ୍କ କଥା ଏଠାରେ କୁହାଯାଉଛି।

୧୯୬୬ ଜୁନ୍ ୪ ତାରିଖରେ ଜନ୍ମିତ ଶ୍ରୀ ସାମନ୍ତରାୟ ୨୬.୧୧.୧୯୮୫ରେ ଫରେଷ୍ଟର ଭାବରେ ସରକାରୀ ଚାକିରିରେ ପ୍ରବେଶ କରିଥିଲେ ଏବଂ ମାସିକ ୧୫୦୦ ଟଙ୍କା ଦରମା ପାଇଥିଲେ। ତା’ପରେ, ୧୫.୯.୨୦୨୧ ରେ ଡେପୁଟି ରେଞ୍ଜର ଭାବରେ ପଦୋନ୍ନତି ପାଇ ସେ ଜଙ୍ଗଲ ବିଭାଗ (କ୍ଷେତ୍ର) ଅନୁଗୁଳରେ ଯୋଗ ଦେଇଥିଲେ। ପୁନର୍ବାର ୩୧.୦୮.୨୦୨୩ ରେ ଶ୍ରୀ ସାମନ୍ତରାୟଙ୍କୁ ରେଞ୍ଜର ପଦବୀରେ ପଦୋନ୍ନତି ଦିଆଯାଇଥିଲା ଏବଂ ସେ ଜଗତସିଂହପୁରର ରାହାମା ଫରେଷ୍ଟ ରେଞ୍ଜରେ ଯୋଗ ଦେଇଥିଲେ। ସେ ଆଜି ପର୍ଯ୍ୟନ୍ତ ଜଗତସିଂହପୁରରେ ଏହି ପଦବୀରେ କାର୍ଯ୍ୟ କରିଆସୁଛନ୍ତି। ଶ୍ରୀ ସାମନ୍ତରାୟ ଜଗତସିଂହପୁର ଏବଂ କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରାୟ ୪ ଦଶନ୍ଧି ଧରି କାର୍ଯ୍ୟ କରିଆସୁଛନ୍ତି।
ରାଜେନ୍ଦ୍ର କୁମାର ସାମନ୍ତରାୟଙ୍କ ସହିତ ଜଡ଼ିତ ସମ୍ପତ୍ତି ଉପରେ ଚଢ଼ାଉ ସମୟରେ ଦୁଇଟି ବହୁମହଲା କୋଠା, ୩ ଟି ମୂଲ୍ୟବାନ ପ୍ଲଟ୍, ନଗଦ ୩.୫ ଲକ୍ଷ ଟଙ୍କା, ପ୍ରାୟ ୨୦୦ ଗ୍ରାମ ସୁନା ଓ ୬୭ ଲକ୍ଷ ଟଙ୍କାର ବ୍ୟାଙ୍କ୍ ଓ ଡାକ ଇତ୍ୟାଦି ଜମା ଠାବ କରାଯାଇଛି।