ଡାଲମିଆ ଭାରତ ଗ୍ରୁପ୍ ପକ୍ଷରୁ ଦୀର୍ଘସ୍ଥାୟିତ୍ବ ଏବଂ ସେବା ଉପରେ ଆଧାରିତ ‘ସେବା ଦିବସ’ ପାଳନ
1 min read
ରାଜଗାଙ୍ଗପୁର, ୧୧ ଡିସେମ୍ବର ୨୦୨୫: ଭାରତରେ ଏକ ଅଗ୍ରଣୀ ସିମେଣ୍ଟ ଓ ଚିନି ଉତ୍ପାଦନକାରୀ ଗ୍ରୁପ୍ ଡାଲମିଆ ଭାରତ ଗ୍ରୁପ୍
ଏହାର ପରମପୂଜ୍ୟ ପ୍ରତିଷ୍ଠାତା ତଥା ଏକନିଷ୍ଠ ମୂଲ୍ୟବୋଧ ଓ ନିଃସ୍ୱାର୍ଥପର ସେବାରେ ନିଜ ଜୀବନକୁ ଆଗେଇ ନେଇଥିବା ଜଣେ ଦୂରଦ୍ରଷ୍ଟା ଶିଳ୍ପପତି ଓ ବଦାନ୍ୟ ବ୍ୟକ୍ତିତ୍ଵ ଜୟ ଦୟାଲ ଡାଲମିଆ ଜୀଙ୍କ ୧୨୧ତମ ଜନ୍ମ ବାର୍ଷିକୀ ପାଳନ ଅବସରରେ ସମଗ୍ର ଭାରତରେ ତାହାର ବ୍ୟବସାୟ ପରିଚାଳନା ଅଞ୍ଚଳରେ ‘ସେବା ଦିବସ’ ପାଳନ କରିଥିଲା। ଗ୍ରୁପ୍ର ଉତ୍ପାଦନକାରୀ ୟୁନିଟ, ଆଞ୍ଚଳିକ କାର୍ଯ୍ୟାଳୟ, କର୍ପୋରେଟ କାର୍ଯ୍ୟାଳୟ ସମେତ ଭାରତର ୨୫ଟି ସ୍ଥାନରେ ଡିସେମ୍ବର ୪ରୁ ୧୧ ତାରିଖ ପର୍ଯ୍ୟନ୍ତ ସେବା ଦିବସ ପାଳନ କରାଯାଇଥିଲା। ଏହି ଅବସରରେ ଗ୍ରୁପ୍ ତାହାର ପ୍ରତିଷ୍ଠାତାଙ୍କର କରୁଣା, ବିନମ୍ର ଭାବ, ସଚ୍ଚୋଟତା ଏବଂ ସମାଜ ପ୍ରତି ସେବାର ସ୍ଥାୟୀ ଐତିହ୍ୟକୁ ସମ୍ମାନ ପ୍ରଦର୍ଶନ କରିଥିଲା । ଚଳିତ ବର୍ଷ ଏହି ଉତ୍ସବ ପାଳନ ଦୀର୍ଘସ୍ଥାୟିତ୍ଵ ବିଷୟବସ୍ତୁ ଉପରେ ଆଧାରିତ ଥୁଲା, ଯାହା ତାଙ୍କର ଦାୟିତ୍ଵସମ୍ପନ୍ନ ଅଭିବୃଦ୍ଧି ଏବଂ ପରିବେଶଗତ ନେତୃତ୍ବ ସମ୍ପର୍କରେ ଆଲୋକପାତ କରିଥିଲା। ସମସ୍ତ ସ୍ଥାନରେ କର୍ମଚାରୀବୃନ୍ଦ, ସହଭାଗୀ ଏବଂ ଜନସାଧାରଣ ସାମୂହିକ କାର୍ଯ୍ୟକ୍ରମ ଜରିଆରେ ବୃକ୍ଷ ଚାରା ରୋପଣ ଏବଂ ସଫେଇ ଅଭିଯାନ, ପୁନଃଚକ୍ରଣ ପ୍ରୟାସ ସମ୍ପର୍କିତ ସଚେତନତା ହାତକୁ ନେଇଥିଲେ। ଏଥିସହିତ ସେମାନେ ‘ଅନ୍ନ ଦାନ’ର ଅଂଶ ଭାବରେ ଅନାଥାଶ୍ରମ ଓ ଜରାଶ୍ରମଗୁଡିକୁ ଗସ୍ତ କରିବା ସହିତ ପାରିପାର୍ଶ୍ଵକ ଅଞ୍ଚଳରେ ଭିଭିଭୂମି ଓ ପୁନଃବିକାଶମୂଳକ କାର୍ଯ୍ୟ କରିଥିଲେ। ମୂଲ୍ୟ ଭିଭିକ ଭାବ ବିନିମୟ ଏବଂ ଗୋଷ୍ଠୀ ନିୟୋଜନକାରୀ ‘ପଥପ୍ରାନ୍ତ ନାଟକ’ ଆଦି ଏହାର ପ୍ରତିଷ୍ଠାତାଙ୍କ ମାର୍ଗଦର୍ଶିତ ଦାୟିତ୍ଵସମ୍ପନ୍ନ ନାଗରିକତା ସଂସ୍କୃତି ଏବଂ ନୈତିକ ଜୀବନ ନିର୍ବାହ ବ୍ୟବସ୍ଥାକୁ ପୁନଃ ସୁଦୃଢ କରିଥିଲା।
ସେବା ଦିବସ ପାଳନର ଅଂଶ ଭାବରେ ଡାଲମିଆ ସିମେଣ୍ଟ ରାଜଗାଙ୍ଗପୁରରେ ଏକାଧିକ ଉନ୍ନୟନମୂଳକ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରିଥିଲା, ଯଦ୍ୱାରା ୨୦୦୦ରୁ ଅଧିକ ଜନସାଧାରଣ ଉପକୃତ ହୋଇଥିଲେ। କମ୍ପାନୀ ବିଶାଳ ବୃକ୍ଷ ଚାରା ରୋପଣ କାର୍ଯ୍ୟ ହାତକୁ ନେଇ ୧୧୦୬ ଚାରାରୋପଣ କରିଥିଲା ଏବଂ ସୋଲାର ଆଣ୍ଡ୍ ଇଲେକ୍ଟ୍ରିକାଲ ଲାବ୍ ଉଦ୍ଘାଟନ କରିଥିଲା। ଏଥିସହିତ ସ୍ଥାୟୀ ଏବଂ ଉନ୍ନତ ଗୋଷ୍ଠୀ ସୁବିଧାଗୁଡିକ ପ୍ରତି ନିଜର ପ୍ରତିବଦ୍ଧତା ପୁନଃଦୃଢୀକରଣ କରିବାକୁ ଏକ ଉତ୍ସର୍ଗୀକୃତ ସଫେଇ ଅଭିଯାନ ଏବଂ ସ୍କ୍ରାପ୍ ପୃଥକୀକରଣ ଅଭିଯାନ ପରିଚାଳନା କରିଥିଲା। ଅନ୍ୟାନ୍ୟ ପ୍ରମୁଖ କାର୍ଯ୍ୟକଳାପ ମଧ୍ୟରେ ସିଲାଇ ମେସିନ ଏବଂ ଯକ୍ଷ୍ମା ରୋଗୀଙ୍କ ପାଇଁ ପୋଷଣ କିଟ୍ ଆବଣ୍ଟନ ଆଦି ଅନ୍ତର୍ଭୁକ୍ତ ଥିଲା। କମ୍ପାନୀ ମଧ୍ୟ ଗୋଷ୍ଠୀ ବିକାଶ ପ୍ରୟାସକୁ ସମର୍ଥନ କରିବା ନିମନ୍ତେ ୨୩ଜଣ ଗ୍ରାମ ସ୍ୱେଚ୍ଛାସେବୀଙ୍କୁ ସମ୍ମାନିତ କରିଥିଲା। ସେମାନଙ୍କ ମଧ୍ୟରୁ ପ୍ରତ୍ୟେକଙ୍କୁ ୨ହଜାର ଟଙ୍କା ଏବଂ ଏକ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ୨୫୦୦ରୁ ଅଧିକ ଲୋକଶକ୍ତି (ଏକ୍ଜିକ୍ୟୁଟିଭ, କର୍ମଚାରୀ, ଗୋଷ୍ଠୀ ସ୍ୱେଚ୍ଛାସେବୀଙ୍କ ସମେତ) ମଧ୍ୟ ଏହି କାର୍ଯ୍ୟକ୍ରମଗୁଡିକରେ ଅଂଶଗ୍ରହଣ କରିଥିଲେ।
ଏହି ଉତ୍ସବ ପାଳନର ଗୁରୁତ୍ଵ ସମ୍ପର୍କରେ ଉଲ୍ଲେଖକରି ଚେତନ ଶ୍ରୀବାସ୍ତବ, ଏକ୍ଜିକ୍ୟୁଟିଭ ଡାଇରେକ୍ଟର, ଡିସିବିଏଲ୍ ଏବଂ ୟୁନିଟ ହେଡ, ରାଜଗାଙ୍ଗପୁର କହିଥିଲେ, “ଡାଲମିଆ ଭାରତରେ ସେବା ଦିବସ କେବଳ ଆମର ପ୍ରତିଷ୍ଠାତାଙ୍କ ଉଦ୍ଦେଶ୍ୟରେ ସମ୍ମାନ ପ୍ରଦର୍ଶନ ନୁହେଁ, ଏହା ତାଙ୍କର ଆଦର୍ଶଗୁଡିକର ଏକ ଜୀବନ୍ତ ପରିପ୍ରକାଶ। ଏହି ସପ୍ତାହରେ ହାତକୁ ନିଆଯାଇଥିବା ପ୍ରତ୍ୟେକ ପ୍ରୟାସ ଦାୟିତ୍ଵସମ୍ପନ୍ନ ସହିତ ନିର୍ମାଣକରିବା, ଗଭୀର ଭାବରେ ଯନ୍ତ୍ର ନେବା ଏବଂ ଆମକୁ ବଜାୟ ରଖିଥିବା ଜନସମୁଦାୟ ଓ ପରିବେଶ ବ୍ୟବସ୍ଥା ପ୍ରତି ଅର୍ଥପୂର୍ଣ ଅବଦାନ ରଖିବା ନିମନ୍ତେ ଉଦ୍ଦିଷ୍ଟ । ସବୁଜ ବଳୟକୁ ସୁଦୃଢ କରିବା ଠାରୁ ଗୋଷ୍ଠୀ ସ୍ଥଳଗୁଡିକର ପୁନରୁଦ୍ଧାର ଏବଂ ଆପଦପ୍ରବଣଙ୍କୁ ଯନ୍ଶୀଳ ହାତ ବଢାଇବାକୁ ପ୍ରତ୍ୟେକ ପ୍ରୟାସ ସଚେତନ ପ୍ରଗତି ନିମନ୍ତେ ତାଙ୍କର ସ୍ଥାୟୀ ଦୂରଦୃଷ୍ଟିକୁ ପ୍ରତିଫଳିତ କରୁଛି। ଏହା ଆମକୁ ସ୍ମରଣ କରାଇ ଦେଉଛି ଯେ, ଅଭିବୃଦ୍ଧି ନିଶ୍ଚିତ ଭାବରେ ଉଭୟ ଜନସାଧାରଣ ଏବଂ ପୃଥିବୀ ପାଇଁ ଦାୟିତ୍ଵସମ୍ପନ୍ନ ଆଧାରିତ ହେବା ଆବଶ୍ୟକ।
ସେବା ଦିବସ ପାଳ ପାଳନର ଅଂଶ ଭାବରେ ଡାଲମିଆ ଭାରତ ମଧ୍ୟ ଏହାର ପରମ୍ପରାଗତ ସମ୍ମାନ ପ୍ରଦାନ ପ୍ରୟାସଗୁଡିକୁ ଆଗେଇ ନେଇ ଦୀକ୍ଷା କେନ୍ଦ୍ର ସର୍ବଶ୍ରେଷ୍ଠ ପ୍ରଦର୍ଶକ ଜରିଆରେ ଦୀର୍ଘକାଳୀନ ଅବଦାନ ଏବଂ ରୂପାନ୍ତରଣକୁ ସମ୍ମାନିତ କରିଥିଲା। ଏଥିରେ ଦକ୍ଷତା ବିକାଶ ଏବଂ ଗୋଷ୍ଠୀଗତ ପ୍ରଭାବରେ ଉତ୍କର୍ଷ ହାସଲ କରିଥିବା ୧୦ ଜଣ ଦୀକ୍ଷା ପ୍ରାର୍ଥୀଙ୍କୁ ସମ୍ମାନିତ କରାଯାଇଥିଲା। ଏଥିସହିତ ଗ୍ରାମ ପରିବର୍ତ୍ତନ ଶ୍ରେଷ୍ଠ ପ୍ରଦର୍ଶନ ପୁରସ୍କାର ଅର୍ଥପୂର୍ଣ୍ଣ ଗ୍ରାମାଞ୍ଚଳ ରୂପାନ୍ତରଣକୁ ଆଗେଇ ନେଇଥିବା ୧୬ଜଣ ବ୍ୟକ୍ତିବିଶେଷଙ୍କୁ ଏବଂ ଉତ୍ସର୍ଗୀକୃତ କାର୍ଯ୍ୟ, ନିରନ୍ତର ପ୍ରଦର୍ଶନ ଏବଂ ଗ୍ରୁପ୍ର ପୂର ମୂଲ୍ୟବୋଧକୁ ବଜାୟ ରଖୁବା ନିମନ୍ତେ କର୍ମଚାରୀଙ୍କୁ ସତତ କର୍ମୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା।
ସେବା ଦିବସ ହେଉଛି ବାସ୍ତବ ଅଭିବୃଦ୍ଧି ମୂଲ୍ୟବୋଧ ନେତୃତ୍ୱରେ, ଗୋଷ୍ଠୀ ଆଧାର ଏବଂ ଉଦ୍ଦେଶ୍ୟ ଦ୍ଵାରା ପରିଚାଳିତ ବୋଲି ଡାଲମିଆ ଭାରତ ରଖୁଥିବା ବିଶ୍ଵାସର ପୁନଃନିଶ୍ଚିତକରଣ। ଦୈନନ୍ଦିନ କାର୍ଯ୍ୟକଳାପରେ ସ୍ଥାୟିତ୍ଵ ଏବଂ ସେବାକୁ ଅନ୍ତର୍ନିବେଶ କରି ଗ୍ରୁପ୍ ଜଣେ ବ୍ୟକ୍ତିଙ୍କର ଜୀବନ ଓ ଦୂରଦୃଷ୍ଟିକୁ ସମ୍ମାନ ପ୍ରଦର୍ଶନ କରୁଛି, ଯିଏ ନିଜର ହୃଦୟ ଦ୍ଵାରା ପରିଚାଳିତ, ନୀରବରେ ସେବା କରିଛନ୍ତି ଏବଂ ସମାଜର ଉନ୍ନତି ନିମନ୍ତେ ନିମନ୍ତେ ନିଜର ନିଜ ଜୀବନକୁ ଉତ୍ସର୍ଗ କରିଛନ୍ତି।


