December 12, 2025

ଦକ୍ଷିଣ ଆଫ୍ରିକା ଦଳକୁ ୩୫୯ ରନ୍ ‌ରେ ବିଜୟ ଲକ୍ଷ୍ୟ ଦେଇଛି ଟିମ ଇଣ୍ଡିଆ

1 min read

ନୂଆଦିଲ୍ଲୀ : ରାୟପୁରରେ ଅନୁଷ୍ଠିତ ଦ୍ଵିତୀୟ ଦିନିକିଆ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ଦଳକୁ ୩୫୯ ରନ୍ ‌ରେ ବିଜୟ ଲକ୍ଷ୍ୟ ଦେଇଛି ଟିମ ଇଣ୍ଡିଆ। ଟସ ହାରି ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଭାରତୀୟ ଦଳ ନିର୍ଦ୍ଧାରିତ ୫୦ ଓଭରରେ ୫ଟି ଓ୍ବିକେଟ ବିନିମୟରେ ୩୫୯ ରନ ସଂଗ୍ରହ କରିଛି। ଚଳିତ ମ୍ୟାଚରେ ବିରାଟ ଖେଳିଛନ୍ତି ବିରାଟ ଇନିଂସ । କ୍ରମାଗତ ଭାବରେ ରାଞ୍ଚି ପରେ ରାୟପୁର ଠାରେ ହେଉଥିବା ଦ୍ଵିତୀୟ ଦିନିକିଆ ମ୍ୟାଚରେ ଶତକ ମାରିଛନ୍ତି ବିରାଟ ।

ଚଳିତ ଦିନିକିଆ ମ୍ୟାଚ୍ ରେ ୫୩ ତମ ଶତକ ମାରି ନୂଆ ରେକର୍ଡ ସୃଷ୍ଟି କରିଛନ୍ତି କିଙ୍ଗ କୋହଲି।
ବିରାଟ କୋହଲିଙ୍କ ଆକର୍ଷଣୀୟ ୧୦୨ ରନର ଶତକୀୟ ଇନିଂସ, ଅଧିନାୟକ କେ.ଏଲ. ରାହୁଲଙ୍କ ୬୬ ଏବଂ ରତୁରାଜ ଗାଏକ୍ଵାଡ ୧୦୫ ରନ ବଳରେ ଦଳ ଏକ ବଡ ସ୍କୋର କରିବାରେ ସଫଳ ହୋଇଛି ଭାରତୀୟ ଦଳ । ଦକ୍ଷିଣ ଆଫ୍ରିକା ତରଫରୁ ନାନ୍ଦରେ ବର୍ଗର ଓ ଲୁଙ୍ଗି ଗୋଟିଏ ଲେଖାଏଁ ଉଇକେଟ ସହ ମାର୍କୋ ଜାନସେନ ୨ଟି ଲେଖାଏ ଉଇକେଟ ଅକ୍ତିଆର କରିଛନ୍ତି।

ଦକ୍ଷିଣ ଆଫ୍ରିକା ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଯଶସ୍ବୀ ଜୟସୱାଲ ଏବଂ ରୋହିତ ଶର୍ମା ଇନିଂସ ଓପନ କରିଥିବାବେଳେ ମାତ୍ର ୪୦ ରନ୍ ରେ ପ୍ରଥମ ଉଇକେଟ ହରାଇଥିଲା। ପ୍ରଥମ ଉଇକେଟ ଭାବେ ରୋହିତ ଶର୍ମା ଆଉଟ ହୋଇଥିଲେ। ସେ ମାତ୍ର ୧୪ ରନ କରିଥିଲେ। ଏହା ପରେ ୬୨ ରନ୍ ରେ ଦ୍ଵିତୀୟ ଉଇକେଟ ଭାବେରେ ଯଶସ୍ବୀ ଜୟସୱାଲ ଆଉଟ ହୋଇଥିଲେ । ସେ ମାତ୍ର ୨୨ ରନ୍ କରିଥିଲେ। ଏହା ପରେ ବିରାଟ କୋହଲି ଏବଂ ରତୁରାଜ ଗାଏକ୍ଵାଡ ଇନିଂସକୁ ବଡ ସ୍କୋର କରିବାରେ ଆଗେଇ ନେଇଥିଲେ।

ରତୁରାଜ ଗାଏକ୍ଵାଡ ୮୩ ଟି ବଲ୍‌ରେ ୨ଟି ଛକା ଓ ୧୨ଟି ଚୌକା ସହିତ ୧୦୫ ରନ କରି ଆଉଟ ହୋଇଥିଲେ। ପରେ ପରେ ବିରାଟ ଶତକୀୟ ଇନିଂସରେ ୭ ଟି ଚୌକା ସହ ୨ଟି ଛକା ମାରିବା ସହିତ ୧୦୨ ରନ୍ କରି କରି ଆଉଟ ହୋଇଥିଲେ। ସେହିପରି ୫ମ ଉଇକେଟ ଭାବେ ୱାଶିଂଟନ ସୁନ୍ଦର ୧ ରନ କରି ଆଉଟ ହୋଇଛନ୍ତି। କୋହଲି ଓ ରତୁରାଜ ଗାଏକ୍ଵାଡ ଇନିଂସକୁ ଦୃଢ଼ ଭାବେ ଛିଡ଼ା ହୋଇ ବଡ଼ ସ୍କୋର ପାଇଁ ଭାଗିଦାରିର ଆବଶ୍ୟକତା ରହିଥିଲା। । କୋହଲି ଆଉଟ ହେବା ପରେ ରାହୁଲ ଏବଂ ରବୀନ୍ଦ୍ର ଜାଡେଜା ଦଳର ସ୍କୋରକୁ ଆଗେଇ ନେଇଥିଲେ। ଜାଡେଜା ୨୪ ରନ୍ କରି ନଟ୍ଆଉଟ୍‌ ହୋଇଥିଲେ।