ଓଡିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ଅଞ୍ଚଳରେ ହଠାତ ଶୀତ ଗାଏବ
1 min read
ଦାରିଙ୍ଗବାଡି: ଓଡିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ଅଞ୍ଚଳରେ ହଠାତ ଶୀତ ଗାଏବକୁ ନେଇ ପର୍ଯ୍ୟଟକଙ୍କ ମଧ୍ୟରେ ନିରାଶ ଦେଖିବାକୁ ମିଳିଛ। ଜଳବାୟୁ ପରିବର୍ତ୍ତନ ସହ ଆଉ ଏକ ଲଘୁଚାପ ଆସୁଥିବାରୁ ପାଗ ମେଘୁଆ ରହିବା ସହ ତାପମାତ୍ରା ଦ୍ବିଗୁଣିତ ବୃଦ୍ଧି ହୋଇ ରବିବାର ସର୍ବନିମ୍ମ ତାପମାତ୍ରା ୧୫ଡିଗ୍ରୀରେ ପହଞ୍ଚିଛି। ଫଳରେ ଶୀତ ହ୍ରାସିଛି। ତେବେ ଶନିବାର ବିଳମ୍ବିତ ରାତିଠାରୁ ରବିବାର ସକାଳ ୯ ଟା ପର୍ଯ୍ୟନ୍ତ ଘନ କୁହୁଡି ଯୋଗୁ ଗାଡିମୋଟର ଚଳାଚଳ ବାଧାପ୍ରାପ୍ତ ହୋଇଛ। ଶନିବାର ଏବଂ ରବିବାର ଛୁଟି ଦିନ ରହିଥିବାରୁ ପର୍ଯ୍ୟଟକ ଏହି ୨ ଦିନ ଛୁଟିକାଟିବାକୁ ଆସି ଶୀତ ଅନୁଭୂତ ବଦଳରେ ଗରମ ଅନୁଭବ କରି ନିରାଶ ହୋଇଛନ୍ତି । ତେବେ ବହୁ ପର୍ଯ୍ୟଟକ ରବିବାର ବିଭିନ୍ନ ପର୍ଯ୍ୟଟନକ୍ଷେତ୍ରରେ ବଣ ଭୋଜି କରି ମଜାନେଇଥିବା ଦେଖିବାକୁ ମିଳିଛ। କଫି ବଗିଚା ସମେତ ଡ଼ୁଲୁରୀ ପାଇନ ବଣ, ହିଲଭିୟୁ ପାର୍କ, ମିଡିୟୁାନ୍ଦା, ରେନବୋ, ଜଳପ୍ରପାତ, ଲଭର୍ସ ପଏଣ୍ଟ, ନେଚର ପାର୍କ, କିସୁବାଡ଼ି ଜଳ ପ୍ରପାତ ଆଦି ସ୍ଥାନରେ ପର୍ଯ୍ୟଟକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି ।


