January 25, 2026

କାର୍ତ୍ତିକ ମାସ ଶେଷ ହେଲାଣି ତଥାପି କମୁନ ପରିବା ଦର ଚିନ୍ତାରେ ଖାଉଟି

1 min read

ଭୁବନେଶ୍ଵର : ପବିତ୍ର କାର୍ତ୍ତିକ ମାସ ଶେଷ ହେଲାଣି। ତଥାପି କମୁନ ପରିବା ଦର । ଚିନ୍ତାରେ ଖାଉଟି। ନିତ୍ୟ ଅପରିହାର୍ଯ୍ୟ ଆଳୁ, ବାଇଗଣ, ପିଆଜ ଓ ଲଙ୍କା ଆଦି ଭଳି ପରିବା ଦର ଆକାଶ ଛୁଆଁ ରହିଛି। ଗଞ୍ଜାମ ସହରରେ ବାଇଗଣ କିଲୋ ପ୍ରତି ପ୍ରତି ଷାଠିଏ, ବିନ୍ସ ୧୨୦, ଲଙ୍କା କିଲୋ ପିଛା ୧୦୦ଟଙ୍କା, ପୋଟଳ ୮୦,ସଜନା ୧୪୦,ଟମାଟ ୬୦ ଟଙ୍କାରେ ବିକ୍ରି ହେଉଛି ।
ଏଭଳି ପରିସ୍ଥିତିରେ ଖାଉଟି ହନ୍ତସନ୍ତ ହେଉଥିବା ଜଣାପଡିଛି । ଦୁଇଶହ ଟଙ୍କାରେ ପରିବା ବ୍ୟାଗ ଅଧା ମଧ୍ୟ ହେଉନାହିଁ। ସବୁଠୁ ଆଶ୍ଚର୍ଯ୍ୟର ବିଷୟ ଅମୃତ ଭଣ୍ଡା, କୁନ୍ଦୁରି ଆଉ ଜହ୍ନି କିଲୋ ୬୦ ଟଙ୍କା । ଗରିବ ଜନସାଧାରଣଙ୍କୁ ଅନେକ ସମସ୍ୟା ହେଉଥିବା ବେଳେ ନିତିଦିନିଆ ଖାଦ୍ୟର ଅହେତୁକ ଦରବୃଦ୍ଧି ଚିନ୍ତାର ବିଷୟ ବୋଲି ଆଲୋଚନା ହେଉଛି। ତେବେ କେଉଁ ବର୍ଷ ଏମିତି ଚଢ଼ା ଦରରେ ପନିପରିବା ବିକ୍ରି ହେଇ ନ ଥିଲା ବୋଲି ସହରରେ ଆଲୋଚନା ହେଉଛି ।
ଅନ୍ୟପକ୍ଷେ, ପରିବା ବ୍ୟବସାୟୀମାନେ କହିଛନ୍ତି ଗୋଦାମର ସବୁ ରେଟ ଅନୁସାରେ ଆମେ ବିକ୍ରି କରିବାକୁ ବାଧ୍ୟ ହେଉଛୁ।