ଗଞ୍ଜାମ ଜିଲା ବ୍ରହ୍ମପୁର-ଗୋପାଳପୁର ରାସ୍ତା ରାମଚନ୍ଦ୍ରପୁର ପେଟ୍ରୋଲ ପମ୍ପ ନିକଟ ଏକ ଗଛମୂଳରୁ ନବଜାତ ଶିଶୁପୁତ୍ର ଉଦ୍ଧାର

1 min read

ବ୍ରହ୍ମପୁର: ଗଞ୍ଜାମ ଜିଲା ବ୍ରହ୍ମପୁର-ଗୋପାଳପୁର ରାସ୍ତା ରାମଚନ୍ଦ୍ରପୁର ପେଟ୍ରୋଲ ପମ୍ପ ନିକଟ ଏକ ଗଛମୂଳରୁ ନବଜାତ ଶିଶୁପୁତ୍ର ଉଦ୍ଧାର ହୋଇଛି। ଜିଲା ପ୍ରସାଶନ ପକ୍ଷରୁ ଶିଶୁଙ୍କୁ ଏମ୍‌କେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି। ଅନ୍ୟପକ୍ଷେ ଶିଶୁର ସ୍ବାସ୍ଥ୍ୟଅବସ୍ଥା ସ୍ଥିର ଥିବା ଜଣାପଡିଛି।

ମିଳିଥିବା ସୂଚନା ମୁତାବକ, ଗଛ ତଳେ ଶିଶୁଟି କାନ୍ଦିବା ଶୁଣି ମଇଁଷି ଚରାଳି ପାଖକୁ ଆସି ଦେଖିଥିଲେ। ପରେ ସେ ଅନ୍ୟ ଦୁଇଜଣଙ୍କୁ ଘଟଣାସ୍ଥଳକୁ ଆସିବାକୁ ଖବର ଦେଇଥିଲେ। ୨ ଜଣ ଯୁବକ ଓମ ମହାରଣା ଏବଂ ସୁମନ ମହାରଣା ଘର କାମ ଛାଡି ଘଟଣାସ୍ଥଳରେ ପହଞ୍ଚି ଗଛ ମୂଳରେ ଏକ ନୂତନ ବ୍ୟାଗ ଭିତରେ ଶିଶୁଟି ଥିବା ଜାଣିବାକୁ ପାଇଥିଲେ l

ଉକ୍ତ ବ୍ୟାଗକୁ ଆଣି ଘର ମାଲିକଙ୍କ ଉପସ୍ଥିତରେ ଖୋଲିଲା ବେଳେ ଏକ ନବଜାତ ଶିଶୁ ପୁତ୍ର ରହିଥିଲା l ସେମାନେ ଶିଶୁଙ୍କୁ ମେଡିକାଲ ନେବାବେଳେ ଡୁରା ଗ୍ରାମର କାଳିଆ ନାମକ ଜଣେ ବ୍ୟକ୍ତି ଶିଶଙ୍କୁ ମାଗି ରଖିବା ପାଇଁ ଘରକୁ ନେଇଯାଇଥିଲେ।

ଖବର ପାଇ ଜିଲା ଶିଶୁ ସୁରକ୍ଷା ଅଧିକାରୀ ରାଜଶ୍ରୀ ଦାସ ଚାଇଲ୍ଡ ଲାଇନ ସଂଯୋଜକ ଶୋଭିତ ଷଡ଼ଙ୍ଗୀକୁ ଘଟଣାସ୍ଥଳକୁ ପଠାଇଥିଲେ। ଘଟଣାସ୍ଥଳରେ ପହଁଞ୍ଚି ଶିଶୁଙ୍କୁ ଜଣେ ରଖିଥିବା ଦେଖି ଗୋପାଳପୁର ପୋଲିସକୁ ଖବର ଦେଇଥିଲେ l

ଖବର ପାଇ ଗୋପାଳପୁର ପୋଲିସ, ସା ’ଅନୁଷ୍ଠାନର ଅରୁନ୍ଧତୀ ମେଡ଼ମ ପହଞ୍ଚି ପୁତ୍ରପୁତ୍ରଙ୍କୁ ଉଦ୍ଧାର କରିଥିଲେ l ପିଲାଟିର ଓଜନ ୦୨ କେଜି ରହିଥିବା ହେତୁ ଶିଶୁକୁ ବ୍ରହ୍ମପୁର ବଡ଼ ମେଡିକାଲର ସ୍ବତନ୍ତ୍ର ନବଜାତ ଶିଶୁ ଯତ୍ନ ୟୁନିଟରେ ରଖି ଅଧିକ ଚିକିତ୍ସା କରାଯାଉଛି l