August 10, 2026

କାକାକୁ ହତ୍ୟା କଲା ପୁତୁରା

1 min read

ସୁନ୍ଦରଗଡ : ଘରୋଇ କଳହକୁ କେନ୍ଦ୍ର କରି କାକାକୁ ହତ୍ୟା କଲା ପୁତୁରା। ସୁନ୍ଦରଗଡ ଜିଲ୍ଲା ସଦର ଥାନା କିରେଇ ପଞ୍ଚାୟତ ଅଫିସ୍‌ ନିକଟରେ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳହକୁ କେନ୍ଦ୍ର କରି ପୁତୁରା ଏକ ବାଡିରେ ପିଟି ପିଟି ନିଜ କାକାକୁ ହତ୍ୟା କରିଛି। ହତ୍ୟାକାଣ୍ଡ ପରେ ପୁତୁରା ଫେରାର୍‌ ହୋଇଯାଉଥିବାବେଳେ ପୁଲିସ୍‌ ଅଭିଯୁକ୍ତକୁ ଗିରଫ କରିଥିବା ସୂଚନା ମିଳିଛି।