ବସକୁ ଟ୍ରକ ଦେବାରୁ ଭୟଙ୍କର ଦୁର୍ଘଟଣା ଘଟିଛି
1 min read
ରାଉରକେଲା: ଯାତ୍ରୀବାହି ବସକୁ ଟ୍ରକ ଦେବାରୁ ଭୟଙ୍କର ଦୁର୍ଘଟଣା ଘଟିଛି । ଏଥରେ ମୃତ୍ୟୁ ସଂଖ୍ୟା ୬ରେ ପହଞ୍ଚିଛି । ୧୨ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି । ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ସୁନ୍ଦରଗଡ ଜିଲା କେ.ବଲାଙ୍ଗା ଏନ୍ଏଚ୍ ୫୨୦ ରାସ୍ତାରେ । ରାସ୍ତା ଜାମ୍ ଯୋଗୁ ବସଟି ରଙ୍ଗ ରୁଟ୍ ରେ ଆସୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲା । ବସ୍ରେ ପାଖାପାଖି ୪୦ଜଣ ଯାତ୍ରୀ ଥିବା ନେଇ ସୂଚନା ମିଳିଛି ।
ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । ତେବେ ବସଟି ରାଉରକେଲାରୁ ଆସୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଛି । ବସରେ କେତେ ଯାତ୍ରୀ ଥିଲେ ତାହା ଅସ୍ପଷ୍ଟ ରହିଛି । ମୃତକଙ୍କ ମଧ୍ୟରେ ୪ଜଣ ମହିଳା ଥିବା ବେଳେ ଗୁରୁତରଙ୍କ ମଧ୍ୟରେ ୩ଜଣ ଶିଶୁ ରହିଛନ୍ତି । ସମସ୍ତ ଗୁରୁତରଙ୍କୁ ରାଉରକେଲା ସରକାରୀ ମେଡିକାଲରେ ଭର୍ତ୍ତି କରାଯାଇଛି ।