ଏଚ.ଆଇ.ଭି / ଏଡସ୍ ଏବଂ ଯୌନ ସଂକ୍ରମଣ ସଚେତନତା ପାଇଁ ଓସାକ୍ସ ଦ୍ୱାରା ରାଜ୍ୟସ୍ତରୀୟ ମାରାଥନ ପ୍ରତିଯୋଗୀତା
1 min read
ଭୁବନେଶ୍ୱର : ଯୁବବର୍ଗଙ୍କ ମଧ୍ୟରେ ଏଚ.ଆଇ.ଭି / ଏଡସ୍ ବିଷୟରେ ସଚେତନତା ବୃଦ୍ଧି ସହ ଜନସାଧାରଣଙ୍କୁ ଅବଗତ କରାଇବା ଉଦେ୍ଦଶ୍ୟରେ ଓଡ଼ିଶା ରାଜ୍ୟ ଏଡସ୍ ନିୟନ୍ତ୍ରଣ ସମିତି (ଓସାକ୍ସ) ପକ୍ଷରୁ ଆଜି ଏକ ରାଜ୍ୟ ସ୍ତରୀୟ ଗଣ ଦୌଡ (ରେଡ ରନ) ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି । ଜନସାଧାରଣଙ୍କ ମଧ୍ୟରେ ଏଚ.ଆଇ.ଭି/ ଏଡସ୍ ଏବଂ ଏସଟିଆଇ (ଯୌନ ସଂକ୍ରମଣ) ସଚେତନତା ପାଇଁ ଚାଲିଥିବା ଏକ ସ୍ୱତନ୍ତ୍ର ଅଭିଯାନର ଏହା ଅଂଶବିଶେଷ ।
ଜିଲାସ୍ତରରେ ଅନୁଷ୍ଠିତ ହୋଇଥିବା ମାରାଥନରେ କୃତୀତ୍ୱ ହାସଲ କରିଥିବା ବିଭିନ୍ନ କଲେଜର ଛାତ୍ରଛାତ୍ରୀମାନେ ରାଜ୍ୟସ୍ତରୀୟ ଏହି ପ୍ରତିଯୋଗୀତାରେ ଅଂଶଗ୍ରହଣ କରିଛନ୍ତି । ଆଜି ପ୍ରଭାତରୁ ପଟିଆ ସ୍ଥିତ ରାଜା ମଧୂସୁଦନ ଦେବ ଡିଗ୍ରୀ କଲେଜରୁ ଓସାକ୍ସର ପ୍ରକଳ୍ପ ନିଦେ୍ର୍ଦଶକ ଡାକ୍ତର ସନ୍ତୋଷ କୁମାର ସ୍ୱାଇଁ, ଖୋର୍ଦ୍ଧା ସିଡିଏମଓ ଡାକ୍ତର ସଂଜୟ ଚନ୍ଦ୍ର ରାୟ ରେଡକ୍ରସ ସୋସାଇଟିର କଲେଜର ପ୍ରିନସିପାଲ ଡ. ପ୍ରଶାନ୍ତ କୁମାର ରାଉତ, ଏବଂ ଅନ୍ୟ ଅତିଥିମାନେ ପତାକା ଦେଖାଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।
ଏହି ଅବସରରେ ପ୍ରକଳ୍ପ ନିଦେ୍ର୍ଦଶକ ଡାକ୍ତର ସ୍ୱାଇଁ କହିଥିଲେ ଯେ, ସଂପ୍ରତି ଯୁବବର୍ଗ ଏଚ.ଆଇ.ଭି ପ୍ରତି ଅଧିକ ବିପଦଶଙ୍କୁଳ ଗୋଷ୍ଠି ଭାବେ ପରିଗଣିତ ହେଉଛନ୍ତି । ଯୁବବର୍ଗଙ୍କ ସାମାଜିକ ଦାୟିତ୍ୱବୋଧତା, ସଚେତନତା ଏବଂ ସୁସ୍ଥ ଜୀବନଯାପନର ପ୍ରାଧାନ୍ୟ ଉପଲବ୍ଧି କରି ଏହିଭଳି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଏହି ପରିପ୍ରେକ୍ଷୀରେ ଜିଲା ଓ ରାଜ୍ୟ ସ୍ତରରେ ଗଣଦୌଡ କୁଇଜ ପ୍ରତିଯୋଗୀତା ଆଦି କାର୍ଯ୍ୟକ୍ରମରେ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀମାନଙ୍କୁ ସାମିଲ କରାଯାଇଛି । ରାଜ୍ୟସ୍ତରରେ କୃତୀତୃ ହାସଲ କରୁଥିବା ପ୍ରତିଯୋଗୀମାନେ ଜାତୀୟ ସ୍ତରରେ ଅଂଶଗ୍ରହଣ କରୁଛନ୍ତି । ନିକଟରେ ଭାରତୀୟ ରେଡକ୍ରସ ସୋସାଇଟିର ସହଯୋଗରେ ରାଜ୍ୟର ସମସ୍ତ ଜିଲାରେ ସ୍କୁଲ ପିଲାମାନଙ୍କ ମଧ୍ୟରେ କୁଇଜ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଜିଲା ସ୍ତରରେ ସଫଳ ହୋଇଥିବା ଛାତ୍ରଛାତ୍ରୀମାନେ ରାଜ୍ୟସ୍ତରରେ କୁଇଜ ପ୍ରତିଯୋୀତାରେ ଅଂଶଗ୍ରହଣ କରିଥିଲେ । ଏଥିରେ ବିଜୟ ହାସଲ କରିଥିବା କେନ୍ଦ୍ରପଡା ଜିଲାର ଛାତ୍ରଛାତ୍ରୀ ଆଂଚଳିକ ସ୍ତରରେ ଏହି ପ୍ରତିଯୋଗୀତାରେ ଅଂଶଗ୍ରହଣ କରିବାକୁ ଯାଉଛନ୍ତି ।
ସୂଚନାଯୋଗ୍ୟ ଯେ ରେଡକ୍ରସ ସହଯୋଗରେ ରାଜ୍ୟରେ ବର୍ତମାନ ୭୦୦ କଲେଜରେ ଏବଂ ୮୦୦ ସ୍କୁଲରେ ରେଡ ରିବନ କ୍ଲବ ଖୋଲାଯାଇଛି । ଆଗାମୀ ୨୦୩୦ ସୁଦ୍ଧା ଏଚ.ଆଇ.ଭି / ଏଡସ୍ ର ମୂଳୋତ୍ପାଟନ କରି ନିରନ୍ତର ବିକାଶ ଲକ୍ଷ୍ୟ ହାସଲ କରିବାକୁ ହେଲେ ଆଗାମୀ ଦିନଗୁଡିକ ଆମ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହି କ୍ଷେତ୍ରରେ ଯୁବବର୍ଗ ସଚେତନ ହେଲେ ହିଁ ଆମକୁ ସଫଳତା ମିଳିପାରିବ ।
ସିଡିଏମଓ ଖୋର୍ଦ୍ଧା ଡାକ୍ତର ରାୟ କହିଥିଲେ ଯେ ଏଚ.ଆଇ.ଭି/ ଏଡସ୍ ସଂକ୍ରମଣର ମାଧ୍ୟମ, ନିୟନ୍ତ୍ରଣ ଓ ନିରାକାଣ ବିଷୟରେ ନିଜେ ସଚେତନ ହୋଇ ଅନ୍ୟମାନଙ୍କୁ ସଚେତନ କରିବାର ଆବଶ୍ୟକତା ରହିଛି । ଖାସକରି ଯେଉଁ ସଂକ୍ରମଣର ସଂପୂର୍ଣ୍ଣ ନିରାକରଣ ନାହିଁ, ସେଥିପ୍ରତି ଆମେ ସଚେତନ ହେବା । ଯୁବବର୍ଗ ସଚେତନ ହେଲେ ଆମ ରାଜ୍ୟ ଓ ଦେଶରେ ଏକ ସୁସ୍ଥ ପରିବେଶ ପ୍ରତିଷ୍ଠା ହେବ । ପ୍ରତ୍ୟେକ ନାଗରିକଙ୍କର ଏଥିରେ ଦାୟିତ୍ୱବୋଧ ରହିଛି, ବିଶେଷକରି ଯୁବବର୍ଗଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଆଜି ଭଳି ସମସ୍ତେ ଯଦି ଏକଜୁଟ ହେବା ଏବଂ ସାମୂହିକ ଭାବେ ଉଦ୍ୟମ କରିବା ତେବେ ଯାଇ ଆମ ରାଜ୍ୟରୁ ଏଚ.ଆଇ.ଭି ସଂପୂର୍ଣ୍ଣ ଭାବେ ଦୂର ହୋଇପାରିବ ।
ଏହି ଅବସରରେ ଅତିଥିମାନେ କହିଥିଲେ ଯେ ଛାତ୍ରଛାତ୍ରୀମାନେ ନିଜେ ଅବଗତ ହୋଇ ସମାଜରେ ସଚେତନତାର ବାର୍ତାବହ ହୋଇପାରିଲେ ଏହି ମହାସଂଗ୍ରମାରେ ବିଜୟ ହୋଇପାରିବା । ସଚେତନ ହେଲେ ହିଁ ସୁସ୍ଥ ଏବଂ ନିରାମୟ ଜୀବନଯାପନ କରିପାରିବା । ଏଚ.ଆଇ.ଭି /ଏଡସ୍ ର କୋ÷ଣସି ଔଷଧ ଏପର୍ଯ୍ୟନ୍ତ ବାହାରିନଥିବାରୁ ସଚେତନତା ହିଁ ଏହି ସଂକ୍ରମଣରୁ ଦୂରେଇ ରଖିବ । ଓସାକ୍ସର ଏଡସ୍ ବିରୁଦ୍ଧ ଅଭିଯାନରେ ସାମିଲ ହୋଇ ସମସ୍ତେ ସଚେତନ ହୁଅନ୍ତୁ ।
ଜାତୀୟ ସ୍ତରରେ ଜାରି କରାଯାଇଥିବା ଏଡସ ସହାୟତା ନିଃଶୁଳ୍କ ନମ୍ବର ୧୦୯୭କୁ କଲ କରି ସବୁ ସନେ୍ଦହ ଦୂର କରିବା ପାଇଁ ଏକ ସୁନ୍ଦର ବିକଳ୍ପ ବୋଲି ସୂଚନା ଦେଇଥିଲେ । କଲେଜର ପ୍ରିନସିପାଲ ଡ. ପ୍ରଶାନ୍ତ କୁମାର ରାଉତ କହିଥିଲେ ଯେ ସ୍ୱାସ୍ଥ୍ୟ ହେଉ କିମ୍ବା ଯେକୋ÷ଣସି କ୍ଷେତ୍ର ହେଉ ପରିବର୍ତନ ଆଣିବାକୁ ହେଲେ ଯୁବବର୍ଗ ହିଁ ପ୍ରମୁଖ ମାଧ୍ୟମ । ଯୁବବର୍ଗ ହେଉଛନ୍ତି ରାଜ୍ୟ ଓ ଦେଶର ଭବିଷ୍ୟତ । ସେମାନେ ସଚେତନ ହେଲେ ଏକ ସୁସ୍ଥ ସମାଜ ଗଠନ ହୋଇପାରିବ । ସେମାନେ କହିଥିଲେ ଯେ ଯୁବବର୍ଗର ଏକ ଛୋଟ ପ୍ରୟାସ ସମାଜରେ ଆଣିଦେବ ଏକ ଦୃଷ୍ଟାନ୍ତମୂଳକ ପରିବର୍ତନ ।
ଏହି ଅବସରରେ କଲେଜର ରେଡ ରିବନ କ୍ଲବ କୋଅର୍ଡିନେଟର ସମସ୍ତ ରେଡ ରିବନ କ୍ଲବର ସଦସ୍ୟମାନଙ୍କୁ ସଚେତନତାକୁ ତୀବ୍ର କରିବା ପାଇଁ ଅନୁରୋଧ କରିଥିଲେ । ଓସାକ୍ସ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିନ୍ଦଲ ଷ୍ଟିଲ ଏବଂ କାମ୍ୟା କମ୍ପାନୀ ସହଯୋଗର ହାତ ବଢାଇଛନ୍ତି । ଓସାକ୍ସର ଯୁଗ୍ମ ନିଦେ୍ର୍ଦଶକ ଡାକ୍ତର ଡି.ଏସ. ଅରବିନ୍ଦ ମଂଚ ପରିଚାଳନା କରିଥିଲେ ଓ କାର୍ଯ୍ୟକ୍ରମର ସଫଳତା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ । ଓସାକ୍ସର ସହ ନିଦେ୍ର୍ଦଶକ ଶ୍ରୀମତୀ ସ୍ମୃତି ସାଗରୀକା କାନୁନଗୋଙ୍କ ତତ୍ୱାବଧାନରେ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା । ଏଥିରେ ଡିପିଏମ ଖୋର୍ଦ୍ଧା ବିଧାନ ଚନ୍ଦ୍ର ନାୟକ ଏବଂ ଡାପସୁ ଖୋର୍ଦ୍ଧା ସହଯୋଗ କରିଥିଲେ । କାର୍ଯ୍ୟକ୍ରମରେ ଓସାକ୍ସର ପ୍ରଶାସନିକ ଅଧିକାରୀ ଶତାବ୍ଦୀ ରାୟଙ୍କ ସମେତ ସମସ୍ତ ଅଧିକାରୀ ଏବଂ କର୍ମଚାରୀମାନେ ଯୋଗଦେଇଥିଲେ ।
ଏହି ଅବସରରେ ଗଣ ଦୋ÷ଡ ପ୍ରତିଯୋଗୀତାରେ କୃତୀତ୍ୱ ହାସଲ କରିଥିବା ବିଭିନ୍ନ ବର୍ଗ ଯଥା- ପୁରୁଷ, ମହିଳାଙ୍କୁ ପ୍ରଥମ, ଦ୍ୱିତୀୟ, ତୃତୀୟ ଏବଂ ସାନ୍ତ୍ୱନାମୂଳକ ପୁରସ୍କାର ପ୍ରଦାନ କରାଯାଇଥଲା । ଏହି ପ୍ରତିଗୋତାରେ ପୁରୁଷ ବର୍ଗରେ କୋରାପୁଟ ର ରବି ମୁଦୁଲି ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଖୋର୍ଦ୍ଧା ଜିଲ୍ଲାର ଶୁଭମ ବେହେରା ଦ୍ଵିତୀୟ ସ୍ଥାନ ଅଧିକାର କରିଛନ୍ତି. ସେହିଭଳି ମହିଳା ବର୍ଗରେ ପ୍ରଥମ ଓ ଦ୍ଵିତୀୟ ସ୍ଥାନରେ ଖୋର୍ଦ୍ଧା ର ପୂଜା ବେହେରା ଓ ସାନିଆ ପିଙ୍ଗୁଆ ପ୍ରଥମ ଓ ଦ୍ଵିତୀୟ ସ୍ଥାନ ଅଧିକାର କରିଛନ୍ତି. ଅକଟୋବର ମାସରେ ଜାତୀୟ ସ୍ଥରରେ ଏହି ପ୍ରତିଯୋଗିତା ରେ ଅଂଶଗ୍ରହଣ କରିବେ.