ଦେଶର ଷୋଡଶ ଜନଗଣନା ବିଜ୍ଞପ୍ତି ପ୍ରକାଶ
1 min read
ନୂଆଦିଲ୍ଲୀ : ଦେଶର ଷୋଡଶ ଜନଗଣନା ନିମନ୍ତେ ଆଜି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ। ସରକାରଙ୍କ ଘୋଷଣା ଅନୁଯାୟୀ ୨୦୨୭ ମାର୍ଚ୍ଚ ପହିଲାରୁ ଦେଶରେ ଜନ ଗଣନା କରାଯିବ। ହିମାଚଳ ପ୍ରଦେଶ , ଉତ୍ତରାଖଣ୍ଡ ଏବଂ ଜାମ୍ମୁ କାଶ୍ମୀରରେ ୨୦୨୬ ଅକ୍ଟୋବର ୧ ତାରିଖରୁ ଜନ ଗଣନା କରାଯିବ। ଏହି ଜନଗଣନା ସମ୍ପୂର୍ଣ୍ଣ ରୂପେ ଡିଜିଟାଲ ମାଧ୍ୟମରେ କରାଯିବ। ମୋବାଇଲ୍ ଆପ୍ ମାଧ୍ୟମରେ ଜନଗଣନା କରାଯିବ। ଜଣେ ବ୍ୟକ୍ତି ନିଜେ ଚାହିଁଲେ ନିଜର ସମସ୍ତ ତଥ୍ୟ ପ୍ରଦାନ କରିପାରିବେ। ଜନଗଣନା ନିମନ୍ତେ ଆବଶ୍ୟକ ପ୍ରସ୍ତୁତି ଉପରେ ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ରବିବାର ସମୀକ୍ଷା କରିଛନ୍ତି । ବୈଠକରେ ସ୍ଵରାଷ୍ଟ୍ର ସଚିବ ଗୋବିନ୍ଦ ମୋହନ, ରେଜିଷ୍ଟ୍ରାର୍ ଜେନେରାଲ ଓ ସେନସସ୍ କମିଶନର ମୃତ୍ୟୁଞ୍ଜୟ କୁମାର ନାରାୟଣ ଓ ଅନ୍ୟ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ। ଆଗାମୀ ଜନଗଣନା ନିମନ୍ତେ ସରକାର ୩୪ ଲକ୍ଷ ଜନ ଗଣନାକାରୀ ଓ ୧.୩ ଲକ୍ଷ ସୁପର ଭାଇଜର ନିଯୁକ୍ତି ଦେବେ ।