August 27, 2026

ଟେଷ୍ଟର ଚତୁର୍ଥ ଦିନରେ ଭାରତକୁ ବଡ଼ ଝଟକା ଲାଗିଥିଲେ ମଧ୍ୟ ଶେଷରେ ଆଶ୍ୱସ୍ତି

1 min read

କଲମ୍ବୋ: ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟର ଚତୁର୍ଥ ଦିନରେ ଭାରତକୁ ବଡ଼ ଝଟକା ଲାଗିଥିଲେ ମଧ୍ୟ ଶେଷରେ ଆଶ୍ୱସ୍ତି ମିଳିଛି। ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସିରାଜ କ୍ୟାଚ୍‌ ଧରିବା ବେଳେ ଛାତିରେ ଆଘାତ ପାଇ ପଡ଼ିଆ ଛାଡ଼ିଥିଲେ। ତେବେ ଚିକିତ୍ସା ପରେ ସେ ପୁଣି ପଡ଼ିଆକୁ ଫେରି ଭାରତ ପାଇଁ ବୋଲିଂ କରିଥିଲେ।

ଚତୁର୍ଥ ଦିନର ପ୍ରଥମ ସେସନରେ ଶ୍ରୀଲଙ୍କାର ଦ୍ୱିତୀୟ ଇନିଂସର ୧୧ତମ ଓଭରରେ ଏହି ଘଟଣା ଘଟିଥିଲା। ମାନବ ସୁଥାରଙ୍କ ବୋଲିଂରେ ଶ୍ରୀଲଙ୍କା ଯୁବ ବ୍ୟାଟର ପାସିନ୍ଦୁ ସୂରିଆବନ୍ଦରାଙ୍କ କ୍ୟାଚ୍‌ ନେବାକୁ ଯାଇ ସିରାଜ ଭାରସାମ୍ୟ ହରାଇ ଛାତି ଉପରେ ପଡ଼ିଥିଲେ। ଯନ୍ତ୍ରଣା ଅନୁଭବ କରିବାରୁ ବିସିସିଆଇର ମେଡିକାଲ ଟିମ୍‌ ତୁରନ୍ତ ପଡ଼ିଆକୁ ଆସିଥିଲା।