June 5, 2025

ରାଜ୍ୟରେ ତାପମାତ୍ରା ବୃଦ୍ଧି

1 min read

ଭୁବନେଶ୍ବର : ସାରା ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇଛି । ମୌସୁମୀ ଫେରିବାରୁ ଗ୍ରୀଷ୍ମର ପ୍ରକୋପ ବଢିବାରେ ଲାଗିଛି । ସୋମବାର ଭୁବନେଶ୍ବରରେ ତାପମାତ୍ରା ୩୯ ଡିଗ୍ରୀ ଛୁଇଁଛି । ଝାରସୁଗୁଡା ଓ ସମ୍ବଲପୁର ତାପମାତ୍ରା ମଧ୍ୟ ୩୯ ଡିଗ୍ରୀ ଛୁଇଁଥିବାବେଳେ ବାଲେଶ୍ବର ଓ ହୀରାକୁଦରେ ୩୮.୪ ଡିଗ୍ରୀ ତାପମାତ୍ରା ରହିଥିଲା । ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ତାପମାତ୍ରା ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବଢିବ ବୋଲି ପାଣିପାଗ ବିଜ୍ଞାନୀ ଆକଳନ କରିଛନ୍ତି । ଆସନ୍ତା ୪ ଓ ୫ ତାରିଖ ପାଇଁ ପ୍ରବଳ ଗରମ ଓ ଗୁଳୁଗୁଳି ହେବାର ସମ୍ଭାବନା ଥିବାରୁ ଉପକୂଳବର୍ତ୍ତୀ ଜିଲ୍ଲା ଯେପରିକି ପୁରୀ, ବାଲେଶ୍ୱର, ନୟାଗଡ, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ଗଞ୍ଜାମ ଓ ଗଜପତି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।