May 11, 2026

ଆସନ୍ତା ୫ ତାରିଖରେ ଗଞ୍ଜାମ ଗସ୍ତରେ ଆସିବେ ମୁଖ୍ୟମନ୍ତ୍ରୀ

1 min read

ଗଞ୍ଜାମ: ଚଳିତ ମାସ ଆସନ୍ତା ୫ ତାରିଖରେ ଗଞ୍ଜାମ ଗସ୍ତରେ ଆସିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରମ୍ଭାରେ ନିର୍ମିତ ହୋଇଥିବା ସ୍ବାଧୀନତା ସଂଗ୍ରାମୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିବା କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ନେଇ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ବିଭିନ୍ନ ସ୍ଥାନକୁ ଯାଇ ସ୍ଥିତି ପରଖିଛନ୍ତି। ଏଥିସହ ଦଳୀୟ ନେତୃବୃନ୍ଦଙ୍କ ସହ ଯୁବ ବିଧାୟକ ଆଲୋଚନା ମଧ୍ୟ କରିଛନ୍ତି। ଏଥିସହ ମୁଖ୍ୟମନ୍ତ୍ରୀଙ୍କ ଅନ୍ୟାନ୍ୟ ସଭା ଓ ଶିଳାନ୍ୟାସ କାର୍ଯ୍ୟକ୍ରମ ଥିବା ଜଣାପଡ଼ିଛି। ବିଧାୟକଙ୍କ ସହ ଭାଜପା ନେତା ପଦ୍ମଚରଣ ସାହୁ ବନଜ ନାହାକ ପ୍ରମୁଖ ଉପସ୍ଥିତ ଥିଲେ।