June 7, 2025

ବିଜାପୁରରେ ଏନ୍‌କାଉଣ୍ଟର ଟଳିପଡିଛନ୍ତି ୭ଜଣ ମାଓବାଦୀ

1 min read

ବିଜାପୁର: ଛତିଶଗଡ଼ ବିଜାପୁର ନ୍ୟାଶନାଲ ପାର୍କ ଅଞ୍ଚଳରେ ୫, ୬ ଏବଂ ୭ ତାରିଖରେ ହୋଇଥିବା ପୋଲିସର ସର୍ଚ୍ଚ ଅପରେଶନ ଏବଂ ଏନ୍‌କାଉଣ୍ଟରରେ ୭ଜଣ ମାଓବାଦୀ ଟଳିପଡିଛନ୍ତି। ମୃତ ମାଓବାଦୀଙ୍କ ମଧ୍ୟରେ ସିସିଏମ୍‌ ଗୌତମ ସୁଧାକର ରହିଥିବା ବେଳେ ତେଲେଙ୍ଗାନା ଷ୍ଟେଟ କମିଟି ସଦସ୍ୟ ଭାସ୍କରଙ୍କ ମୃତ୍ୟୁ ଘଟିଛି। ଚିହ୍ନଟ ହୋଇ ନ ଥିବା ଆଉ ୫ ଜଣଙ୍କ ପରିଚୟ ଖୋଜା ଚାଲିଛି।

ଜୁନ ୫ ତାରିଖରେ କେନ୍ଦ୍ରୀୟ କମିଟି ସଦସ୍ୟ ସୁଧାକର ଓରଫ ଗୌତମ ନିହତ ହୋଇଥିଲେ। ଏହା ପରେ, ଜୁନ ୬ ତାରିଖରେ ତେଲେଙ୍ଗାନା ରାଜ୍ୟ କମିଟି ସଦସ୍ୟ ଭାସ୍କର ନିହତ ହୋଇଥିବା ସୂଚନା ମିଳିଛି। ଜୁନ ୬ ତାରିଖ ସାରେ ହୋଇଥିବା ଏନ୍‌କାଉଣ୍ଟରରେ ପୁଣି ୩ଜଣ ମାଓବାଦୀ ନିହତ ହୋଇଛନ୍ତି।

ଶନିବାର, ଜୁନ ୭ ତାରିଖରେ ଏନ୍‌କାଉଣ୍ଟରରେ ଆଉ ଦୁଇ ଜଣ ମାଓବାଦୀ ନିହତ ହୋଇଥିଲେ। ସୈନିକମାନଙ୍କ ଦ୍ୱାରା ମୋଟ ୭ଜଣ ମାଓବାଦୀ ନିହତ ହୋଇଛନ୍ତି। ସମସ୍ତ ସାତ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଅନ୍ୟ ୫ଜଣ ମାଓବାଦୀଙ୍କ ପରିଚୟ ଜଣାପଡି ନାହିଁ। ପୋଲିସ ସେମାନଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ପାଇପାରି ନାହିଁ।