ମୂର୍ତି ବିସର୍ଜନ ବେଳେ ଭାସିଗଲେ ୪ ଛାତ୍ର
1 min read
ବାରିପଦା : ଗଣେଶ ମୂର୍ତି ବିସର୍ଜନ ବେଳେ ବଡ଼ ଅଘଟଣ । ସୁବର୍ଣ୍ଣରେଖା କେନାଲରେ ଭାସିଗଲେ ୪ ଛାତ୍ର । ଘଟଣାସ୍ଥଳରୁ ୨ ଜଣଙ୍କୁ ଅଗ୍ନିଶମ ବାହିନୀ ଉଦ୍ଧାର କରିଥିବାବେଳେ ଏବେବି ଆଉ ଦୁଇଜଣ ନିଖୋଜ ଅଛନ୍ତି । ବାରିପଦା ସହର ଲକ୍ଷ୍ମୀପୋଷି ନିକଟସ୍ଥ ସୁବର୍ଣ୍ଣରେଖା କେନାଲରେ ଘଟିଛି ଏହି ଅଘଟଣ ।
ଆଜି ସକାଳେ ସ୍ଥାନୀୟ ଏକ ମେସରୁ ୬ଜଣ ଛାତ୍ର ଗଣେଶ ମୂର୍ତ୍ତି ଭସାଣ ପାଇଁ ଯାଇଥିଲେ । ସେମାନଙ୍କ ମଧ୍ଯରୁ ୪ ଜଣ ପାଣି ଭିତରେ ପଶିଥିଲେ । ମୂର୍ତ୍ତି ଭସାଇବାବେଳେ ୪ ଜଣ ଛାତ୍ର ଭାସିଯାଇଥିଲେ । ତେବେ କୂଳରେ ଥିବା ଅନ୍ୟ ୨ ପିଲାଙ୍କ ପାଟି ଶୁଣି ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ଓଡ୍ରାଫ ପହଞ୍ଚି ୨ ପିଲାଙ୍କୁ ଉଦ୍ଧାର କରିଥିବାବେଳେ ଅନ୍ୟ ୨ ପିଲାଙ୍କ ଉଦ୍ଧାର କାର୍ଯ୍ଯ ଜାରି ରଖିଛନ୍ତି । ନିଖୋଜ ଛାତ୍ରଙ୍କ ବୟସ ୧୨ରୁ ୧୩ ବର୍ଷ ହେବ ବୋଲି ଅନୁମାନ କରାଯାଉଛି ।