January 29, 2026

ଆଇପିଏଲ ୨୦୨୫ର ୩୧ତମ ମ୍ୟାଚ୍

1 min read

ଚଣ୍ଡିଗଡ଼: ଆଇପିଏଲ ୨୦୨୫ର ୩୧ତମ ମ୍ୟାଚ୍ ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ କିଙ୍ଗସ୍(ପିବିକେଏସ) ଏବଂ ଅଜିଙ୍କ୍ୟ ରାହାଣେଙ୍କ ନେତୃତ୍ୱାଧୀନ କୋଲକାତା ନାଇଟ୍ ରାଇଡର୍ସ(କେକେଆର) ମଧ୍ୟରେ ଖେଳାଯିବ। ଏହି ମ୍ୟାଚ୍ ପଞ୍ଜାବର ଚଣ୍ଡିଗଡ଼ ସ୍ଥିତି ମୁଲାନପୁରର ମହାରାଜା ଯାଦବେନ୍ଦ୍ର ସିଂ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯିବ। ଏହା ପଞ୍ଜାବ ଦଳର ଘରୋଇ ପଡ଼ିଆ।

କୋଲକାତା ନାଇଟ୍ ରାଇଡର୍ସ ବିଷୟରେ କହିବାକୁ ଗଲେ, ଦଳ ୬ ଟି ମ୍ୟାଚ୍‌ରୁ ୩ ଟି ଜିତିଛି ଏବଂ ସମାନ ସଂଖ୍ୟକ ହାରିଛି। ଯଦି ଦଳ ଏହି ମ୍ୟାଚ୍ ଜିତିଯାଏ, ତେବେ ପଏଣ୍ଟ ଟେବୁଲର ଶ୍ରେଷ୍ଠ ୪ ରେ ସାମିଲ ହେବ। ବର୍ତ୍ତମାନ ଦଳ ପଞ୍ଚମ ସ୍ଥାନରେ ଅଛି। ପଞ୍ଜାବ କିଙ୍ଗ୍ସ ୫ଟି ମ୍ୟାଚ୍‌ରୁ ୩ଟିରେ ବିଜୟୀ ହୋଇଛି କିନ୍ତୁ ନେଟ୍ ରନ୍ ରେଟ୍ ଆଧାରରେ ଦଳ କୋଲକାତା ପଛରେ ଷଷ୍ଠ ସ୍ଥାନରେ ଅଛି। ଯଦି ପଞ୍ଜାବ ଜିତିଯାଏ ତେବେ ଏହା ଶ୍ରେଷ୍ଠ ୪ରେ ଆସିବାର ଆଶା ରହିଛି।

ମୁଲାନପୁର କ୍ରିକେଟ ଷ୍ଟାଡିୟମରେ ଆଇପିଏଲ ରେକର୍ଡ:

ଏହି ଷ୍ଟାଡିୟମକୁ ୨୦୨୪ମସିହାରେ ପଞ୍ଜାବ କିଙ୍ଗ୍ସର ହୋମ ଗ୍ରାଉଣ୍ଡ କରାଯାଇଥିଲା। ସେହି ସିଜନରେ ୫ଟି ମ୍ୟାଚ୍ ଖେଳାଯାଇଥିଲା। ଚଳିତ ଆଇପିଏଲ ୨୦୨୫ ସିଜିନରେ ଏଠାରେ ୨ଟି ମ୍ୟାଚ୍ ଖେଳାଯାଇଛି। ଯେଉଁଥିରୁ ୩ଟି ଇନିଂସରେ ସ୍କୋର ୨୦୦ ଅତିକ୍ରମ କରିଛି। ଏଠାରେ ସର୍ବାଧିକ ଦଳୀୟ ସ୍କୋର ହେଉଛି ୨୧୯ ରନ୍, ଯାହା ପଞ୍ଜାବ କିଙ୍ଗ୍ସ ଚଳିତ ସିଜିନରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ କରିଥିଲା।