December 11, 2025

ଆଜି ଚେନ୍ନଇ ସୁପର କିଙ୍ଗ୍ସ ଓ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ଟକ୍କର

1 min read

ଚେନ୍ନଇ: ଚଳିତ ଆଇପିଏଲ​‌ରେ ଆଜି ଚେନ୍ନଇ ସୁପର କିଙ୍ଗ୍‌ସ ଓ ପଞ୍ଜାବ କିଙ୍ଗ୍‌ସ ମଧ୍ୟରେ ମୁକାବିଲା ହେବ। ଉଭୟ ଦଳ ୨ୟ ଥର ମୁହାଁମୁହିଁ ହେବେ। ଚେନ୍ନଇ ସୁପର କିଙ୍ଗ୍‌ସ ଏପର୍ଯ୍ୟନ୍ତ ୯ଟି ମ୍ୟାଚରୁ ମାତ୍ର ୨ଟି ବିଜୟ ହାସଲ କରିଥିବା ବେଳେ ୭ଟି ହାରିଛି। ପ୍ଲେଅଫ୍‌ ଦୌଡ଼ରେ ରହିବା ପାଇଁ ସିଏସ୍‌କେକୁ ଶେଷ ୫ଟି ଯାକ ମ୍ୟାଚକୁ ଜିତିବାକୁ ପଡ଼ିବ। ଏହି ଦୃଷ୍ଟିରୁ ପଞ୍ଜାବ କିଙ୍ଗ୍‌ସ ବିପକ୍ଷ ମ୍ୟାଚକୁ ଦଳ ନକ୍‌ଆଉଟ୍‌ ଆଧାରରେ ଖେଳିବ। ବ୍ୟାଟିଂ ବିଫଳତା ଦଳ ପାଇଁ ଚିନ୍ତାଜନକ ହୋଇଛି। ଶିବମ ଦୁବେଙ୍କୁ ଛାଡ଼ି ଅନ୍ୟ କୌଣସି ବ୍ୟାଟ୍‌ସମ୍ୟାନ ନିୟମିତ ରନ କରିପାରୁନାହାନ୍ତି।
ରବୀନ୍ଦ୍ର ଜାଡେଜା, ମହେନ୍ଦ୍ର ସିଂହ ଧୋନି, ଦୀପକ ହୁଡା ବିଫଳ ହେଉଛନ୍ତି। ଦଳ ଶେଷ ମ୍ୟାଚରେ ସନରାଇଜର୍ସ ହାଇଦରାବାଦ୍‌ ନିକଟରୁ ୫ ୱିକେଟରେ ପରାଜିତ ହୋଇଥିଲା। ଉକ୍ତ ମ୍ୟାଚରେ ଦଳ ଏକାଧିକ ପରିବର୍ତ୍ତନ କରିଥିଲା। ହାଇଦରାବାଦ୍‌ ବିପକ୍ଷରେ ଦାୱଦ ବ୍ରେଭିସ ଓ ଆୟୁଷ ମାହାତ୍ରେ ରନ କରିଥିଲେ। ପଞ୍ଜାବ ବିପକ୍ଷରେ ଉକ୍ତ ଦୁଇ ଯୁବ ବ୍ୟାଟ୍‌ସମ୍ୟାନ ଖେଳିବା ନିଶ୍ଚିତ ମନେ କରାଯାଉଛି। ଖରାପ ଫର୍ମ ପାଇଁ ଶେଷ ମ୍ୟାଚରୁ ବାଦ୍‌ ପଡ଼ିଥିବା ରଚିନ ରବୀନ୍ଦ୍ର ପଞ୍ଜାବ ବିପକ୍ଷରେ ଖେଳିବାର ଆଶା କରାଯାଉଛି। ବୋଲିଂ ବିଭାଗରେ ନୂର ଅହମ୍ମଦ ଓ ଖଲିଲ ଅହମ୍ମଦଙ୍କୁ ଛାଡ଼ିଦେଲେ ଅନ୍ୟ ସମସ୍ତେ ବିଫଳ ହେଉଛନ୍ତି। ପଞ୍ଜାବ କିଙ୍ଗ୍‌ସ ୯ଟି ମ୍ୟାଚରୁ ୫ଟି ବିଜୟ, ୩ଟି ପରାଜୟ ଓ ଗୋଟିଏ ବାତିଲ ସହ ୧୧ ପଏଣ୍ଟ ପାଇଛି। କଲକାତା ନାଇଟ୍‌ ରାଇଡର୍ସ ସହ ଶେଷ ମ୍ୟାଚ ବର୍ଷା ପାଇଁ ଅଧାରୁ ବାତିଲ ହୋଇ ଯାଇଥିଲା। ଉକ୍ତ ମ୍ୟାଚରେ ଦୁଇ ଓପନର ପ୍ରିୟାଂଶ ଆର୍ଯ୍ୟ ଓ ପ୍ରଭସିମ୍ରନ ସିଂହ ଅର୍ଦ୍ଧଶତକ ହାସଲ କରିଥି​‌େ​‌ଲ। ଅଧିନାୟକ ଶ୍ରେୟସ ଆୟର, ଜୋଶ ଇଙ୍ଗଲିଶ, ନେହାଲ ୱାଧେରା, ଶଶାଙ୍କ ସିଂହ ରନ କରୁଛନ୍ତି। ପ୍ରତି ମ୍ୟାଚରେ ଦଳଗତ ବ୍ୟାଟିଂ ପ୍ରଦର୍ଶନ ଦେଖିବାକୁ ମିଳୁଛି। ଅଲରାଉଣ୍ଡର ଗ୍ଳେନ ମ୍ୟାକ୍ସୱେଲଙ୍କ ବିଫଳତା ଜାରି ଦଳକୁ ଚିନ୍ତାରେ ପକାଇଛି। ବୋଲିଂ ବିଭାଗରେ ଅର୍ଶଦୀପ୍‌ ସିଂହ , ମାର୍କୋ ୟାନସେନଙ୍କ ସହ ଯୁଜୁବେନ୍ଦ୍ର ଚହଲ ରହିଛନ୍ତି। ଉକ୍ତ ୩ ଦଳର ବୋଲିଂ ଭାର ସମ୍ଭାଳୁଛନ୍ତି। ମୁଲାନପୁରରେ ଦୁଇ ଦଳ ମଧ୍ୟରେ ଖେଳା ଯାଇଥିବା ପ୍ରଥମ ରାଉଣ୍ଡ ମ୍ୟାଚରେ ପଞ୍ଜାବ କିଙ୍ଗ୍‌ସ ୧୮ରନରେ ଚେନ୍ନଇ ସୁପରକିଙ୍ଗ୍‌ସକୁ ପରାସ୍ତ କରିଥିଲା। ଉକ୍ତ ମ୍ୟାଚରେ ପ୍ରିୟାଂଶ ଆର୍ଯ୍ୟ ୧୦୩ ରନ କରିଥିଲେ। ପଞ୍ଜାବ ଉକ୍ତ ପ୍ରଦର୍ଶନକୁ ବଜାୟ ରଖିବାକୁ ଉଦ୍ୟମ କରିବ। ଚେନ୍ନଇ ମ୍ୟାଚ ଜିତି ପ୍ଲେଅଫ୍‌ ଆଶାକୁ ଜୀବିତ ରଖିବାକୁ ଚେଷ୍ଟା କରିବ। ମହେନ୍ଦ୍ର ସିଂହ ଧୋନି ଓ ଶ୍ରେୟସ ଆୟରଙ୍କ ମଧ୍ୟରେ ମୁକାବିଲାରେ କାହା ରଣନୀତି ସଫଳ ହେଉଛି; ତାହା ଦେଖିବାକୁ ବାକିରହିଲା।