ବନ୍ଦ ହେଲା ହୀରାକୁଦର ଆଉ ୨ଟି ଗେଟ୍
1 min read
CREATOR: gd-jpeg v1.0 (using IJG JPEG v62), quality = 75
ହୀରାକୁଦ : ବନ୍ଦ ହେଲା ହୀରାକୁଦର ଆଉ ୨ଟି ଗେଟ୍ । ବର୍ତ୍ତମାନ ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ବାମପଟରୁ ୮ ଓ ଡାହାଣ ପଟରୁ ୪ଟି ଗେଟ୍ ଖୋଲା ରହିଛି ।
ସୂଚନାନୁଯାୟୀ, ଜୁଲାଇ ୩୧ରେ ହୀରାକୁଦ ଡ୍ୟାମ୍ର ଆଉ ୪ଟି ଗେଟ୍ ବନ୍ଦ କରାଯାଇଥିଲା। ଫଳରେ ୧୪ଟି ଗେଟ ମଧ୍ୟ ଦେଇ ବନ୍ୟାଜଳ ନିଷ୍କାସନ ହେଉଥିଲା। ଡ୍ୟାମର ବାମପାର୍ଶ୍ୱରେ ୧୦ଟି ଏବଂ ଡାହାଣ ପାର୍ଶ୍ୱରେ ୪ଟି ଗେଟ୍ ଖୋଲା ରହିଥିଲା। ସନ୍ଧ୍ୟା ୬ଟା ସୁଦ୍ଧା ହୀରାକୁଦର ଜଳସ୍ତର ୬୧୧.୮୫ ଫୁଟ୍ ରହିଥିଲା। ଡ୍ୟାମ ମଧ୍ୟକୁ ୧ ଲକ୍ଷ ୫୭ ହଜାର ୨୭୨ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୩ ଲକ୍ଷ ୯ ହଜାର ୭୪୦ କ୍ୟୁସେକ୍ ଜଳ ନିଷ୍କାସିତ ହେଉଥିଲା ।