ଆମେରିକାରେ ୧୩ ହଜାର ବିମାନ ବାତିଲ
1 min read
ୱାସିଂଟନ: ଜାନୁଆରୀ ୨୪ ତାରିଖ ଶନିବାର ଦିନ ଆମେରିକାରେ ଏକ ତୁଷାରପାତ ଘଟି ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇଗଲା। ଏହି ତୁଷାରପାତ ଯୋଗୁଁ ସମଗ୍ର ଆମେରିକାରେ ବିଦ୍ୟୁତ୍ ବିଚ୍ଛିନ୍ନ ହୋଇଗଲା, ଯାହା ଆମେରିକାର ୪୦ ପ୍ରତିଶତ ଜନସଂଖ୍ୟାକୁ ପ୍ରଭାବିତ କଲା। ଆମେରିକାର ପାଣିପାଗ ସେବା ଶନିବାରରୁ ସୋମବାର ପର୍ଯ୍ୟନ୍ତ ଦକ୍ଷିଣ ରକି ପର୍ବତମାଳାରୁ ନ୍ୟୁ ଇଂଲଣ୍ଡ ପର୍ଯ୍ୟନ୍ତ ବ୍ୟାପକ ଭାରୀ ତୁଷାରପାତ, ଶିଳାବୃଷ୍ଟି ଏବଂ ଥଣ୍ଡା ବର୍ଷାର ପୂର୍ବାନୁମାନ କରିଛି। ଏହି ଝଡ଼ ଯୋଗୁଁ ଅନେକ ଦିନର ପ୍ରବଳ ଥଣ୍ଡା ପାଇଁ ଲୋକମାନଙ୍କୁ ପ୍ରସ୍ତୁତ ରହିବାକୁ ଚେତାବନୀ ଦିଆଯାଇଛି। ଅଭାବନୀୟ ପରିସ୍ଥିତି ଯୋଗୁଁ ୧୩ ହଜାର ବିମାନ ବାତିଲ କରାଯାଇଛି।


