January 25, 2026

୧୨ ଘଣ୍ଟିଆ ପାଟଣାଗଡ ବନ୍ଦ

1 min read

ପାଟଣାଗଡ: ୧୨ ଘଣ୍ଟିଆ ପାଟଣାଗଡ ବନ୍ଦ । ଆଜି ଦୁଇ ଦଫା ଦାବି ନେଇ ସିଟିଜେନ୍ ଫୋରମ୍ ପକ୍ଷରୁ ପାଟଣାଗଡ ବନ୍ଦ ପାଳନ କରାଯାଉଛି। ଦୀର୍ଘ ଦିନରୁ ବଲାଙ୍ଗିର-ନୂଆପଡ଼ା ଭାୟା ପାଟଣାଗଡ଼ ଦେଇ ନୂଆ ରେଳ ଲାଇନ୍ ପାଇଁ ଦାବି କରାଯାଇଛି। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସୁଫଳ ମିଳିନି। ଯାହାକୁ ନେଇ ଆଜି ସିଟିଜେନ୍ ଫୋରମ୍ ପକ୍ଷରୁ ବନ୍ଦ ପାଳନ କରାଯାଉଛି। ଯାହାଫଳରେ ଆଜି ସହରରେ ସବୁ ଦୋକାନ ବଜାର ବନ୍ଦ ରହିବା ସହ ଗାଡି ମୋଟର ଚଳାଚଳ ମଧ୍ୟ ଠପ୍ ହୋଇଯାଇଛି। ରାଜରାସ୍ତାରେ କିଛି ଆନ୍ଦୋଳନକାରୀ ପିକେଟିଂ କରିବା ସହ ହରିଶଙ୍କର ରୋଡ୍‌ରେ ୨ଟି ମାଲବାହୀ ଟ୍ରେନ୍ ଅଟକାଇ ପ୍ରତିବାଦ କରିଥିବା ଦେଖିବାକୁ ମିଳିଛି। ଏହି ବନ୍ଦ ପାଳନରୁ ଅତି ଜରୁରୀ ସେବାକୁ ବାଦ ଦିଆଯାଇଛି।

Leave a Reply

Your email address will not be published. Required fields are marked *