January 25, 2026

ନକଲି ପରିଚୟ ସହ ଦିଲ୍ଲୀରେ ରହୁଥିବା ୧୦ ପାକିସ୍ତାନୀ ନାଗରିକ ଗିରଫ

1 min read

ବେଙ୍ଗାଲୁରୁ: ନକଲି ପରିଚୟ‌ ସହ ବେଙ୍ଗାଲୁରୁରେ ରହୁଥିବା ୭ ପାକିସ୍ତାନୀ ନାଗରିକ ଗିରଫ ହେବାର କିଛି ଦିନ ପ‌ରେ ଦିଲ୍ଲୀ ପୁଲିସ ପୁଣି ଆଉ ୧୦ ଜଣଙ୍କୁ ଏହି ଅଭିଯୋଗରେ ଗିରଫ କରିଛି। ସେମାନଙ୍କ ମଧ୍ୟରେ ୬ ଜଣ ମହିଳା ଅଛନ୍ତି। ଦେଶର ବିଭିନ୍ନ ଅଂଶରେ ସେମାନେ ହିନ୍ଦୁ ନାମରେ ବେଆଇନ ଭାବେ ରହୁଛନ୍ତି। ସେମାନଙ୍କ ମଧ୍ୟରୁ ୫ ଜଣ ଦିଲ୍ଲୀରୁ ଗିରଫ ହୋଇଥିବା ବେଳେ ୩ ଜଣ ରାଜସ୍ଥାନରେ ଏବଂ ୨ ଜଣ ଉତ୍ତରପ୍ରଦେଶରୁ ଗିରଫ ହୋଇଛନ୍ତି। ସେମାନଙ୍କୁ ଏକ ସ୍ଥାନୀୟ କୋର୍ଟରେ ହାଜର କରାଯାଇଥିଲା ଏବଂ ସେଠାରୁ ସେମାନଙ୍କୁ ରିମ‌ାଣ୍ଡରେ ନିଆଯାଇଛି। ଏମଏଫ୍‌ଆଇ (ମେହଦି ଫାଉଣ୍ଡେସନ୍‌ ଇଣ୍ଟରନେସନାଲ୍‌)ର ଜଣ ପ୍ରମୁଖ ଭାରତୀୟ ସଦସ୍ୟ ପରଭେଜ ଅହମଦର ସୂଚନା ଆଧାରରେ ଏହି ଗିରଫଦାରୀ କରାଯାଇଛି। ପୁଲିସ ଅନୁଯାୟୀ ପରଭେଜର ଘର ଉତ୍ତରପ୍ରଦେଶର ଆଜମଗଡ଼ରେ। ସେ ମୁମ୍ବାଇରେ ରହି ଏକ ଫର୍ଣ୍ଣିଚର ଦୋକାନ ପରିଚାଳନା କରେ। ଗତ ସପ୍ତାହରେ ତାକୁ ଗିରଫ କରାଯାଇଥିଲା। ପାକିସ୍ତାନୀ ନାଗରିକ ଭାରତରେ ରହିବାପାଇଁ ସେମାନଙ୍କୁ ଭୋଟର ପରିଚୟ ପତ୍ର, ଆଧାର କାର୍ଡ ଏବଂ ପାସପୋର୍ଟ ଦେବାରେ ସେ ସହଯୋଗ କରୁଥିବା ସନ୍ଦେହ କରାଯାଉଛି।