January 24, 2026

ବଲାଙ୍ଗୀରର ବରିଷ୍ଠ ସାମ୍ବାଦିକ ରାମ କୁମାର ଅଗ୍ରୱାଲ (୭୯)ଙ୍କ ଶୁକ୍ରବାର ଅପରାହ୍ନରେ ପରଲୋକ

1 min read

ବଲାଙ୍ଗୀର: ବଲାଙ୍ଗୀରର ବରିଷ୍ଠ ସାମ୍ବାଦିକ ରାମ କୁମାର ଅଗ୍ରୱାଲ (୭୯)ଙ୍କ ଶୁକ୍ରବାର ଅପରାହ୍ନରେ ପରଲୋକ ଘଟିଛି। ସେ କିଛିଦିନ ହେଲା ବାର୍ଦ୍ଧକ୍ୟଜନିତ ଅସୁସ୍ଥତା କାରଣରୁ ଘରେ ଥିଲେ। ୧୯୪୭ ମସିହାରେ ଜନ୍ମଗ୍ରହଣ କରିଥିବା ରାମ କୁମାର ୭୦ ଦଶକ ଆରମ୍ଭରୁ ସାମ୍ବାଦିକତା କ୍ଷେତ୍ରରେ ସକ୍ରିୟ ରହିଥିଲେ। ‘ଧରିତ୍ରୀ’ ସମେତ ପ୍ରତିଷ୍ଠିତ ଇଂଲିଶ ଖବର, ହିନ୍ଦୀ ଖବରକାଗଜ, ଅଲ ଇଣ୍ଡିଆ ରେଡିଓ, ଦୂରଦର୍ଶନରେ ବହୁ ବର୍ଷ ଧରି ଖବର ପରିବେଷଣ କରିଥିଲେ। ତାଙ୍କ ସ୍ତ୍ରୀ, ପୁତ୍ର ଡା. ସଞ୍ଜୀବ କୁମାର ଅଗ୍ରୱାଲ, ବୋହୂ, ନାତିନାତୁଣୀ ଓ ପରିବାରର ଅନ୍ୟ ସଦସ୍ୟ ଅଛନ୍ତି। ତାଙ୍କ ମୃତ୍ୟୁଖବର ପ୍ରଚାରିତ ହେବା ପରେ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ବ୍ୟକ୍ତ କରିଛନ୍ତି। ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ, ଲୋକସଭା ଏମ୍‌ପି ସଙ୍ଗୀତା କୁମାରୀ ସିଂଦେଓ, ବିଧାୟକ କଲିକେଶ ନାରାୟଣ ସିଂଦେଓ, ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର, ଅନଙ୍ଗ ଉଦୟ ସିଂଦେଓ ଓ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଶୋକ ବ୍ୟକ୍ତ କରିଛନ୍ତି। ଶନିବାର ଅପରାହ୍ନରେ ସ୍ଥାନୀୟ ବିଭୂତିପଡା ଶ୍ମଶାନରେ ଦାହ ସଂସ୍କାର ହେବ ବୋଲି ପରିବାର ପକ୍ଷରୁ ସୂଚନା ଦିଆଯାଇଛି।