March 30, 2026

ପବିତ୍ର ରାମନବମୀ ଉପଲକ୍ଷେ ଓଉଖଣ୍ଡଠାରେ ଜଳଛତ୍ର କାର୍ଯ୍ୟକ୍ରମ ଆୟୋଜିତ

1 min read

ଡେରାବିଶ,୩୦/୩ : ପବିତ୍ର ରାମନବମୀ ଉପଲକ୍ଷେ ଓଉଖଣ୍ଡ ଚାଖୁଣ୍ଡାମୁଳ ମହାପୁରୁଷଙ୍କ ପାଖରେ ଏକ ଜଳଛତ୍ର କାର୍ଯ୍ୟକ୍ରମ ସମାଜସେବୀ ପ୍ରଭାତ କୁମାର ସାହୁଙ୍କ ତତ୍ୱାବଧାନରେ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଆୟୋଜିତ ହୋଇଥିଲା । ପୂର୍ବାହ୍ଣ ୮ଟାରୁ ଆରମ୍ଭ ହୋଇ ଏହି ଜଳଛତ୍ର ଅପରାହ୍ଣ ୩ଟା ପର୍ଯ୍ୟନ୍ତ ଚାଲୁରହିଥିଲା । ଯେଉଁଠାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ତାହ ଏକ ତିନିଛକ ଥିଲା ।

ତେଣୁ ସମସ୍ତ ଦିଗରୁ ଆସୁଥିବା ବାଟୋଇମାନଙ୍କୁ ସମ୍ମାନର ସହ ଅଟକାଇ ଦହିପାଣି ବଂଟନ କରାଯାଇଥିଲା । ବାଟୋଇମାନେ ଆନନ୍ଦରେ ଦହିପାଣି ନିଜନିଜ ଗନ୍ତବ୍ୟସ୍ଥାନକୁ ପ୍ରସ୍ଥାନ କରିଥିଲେ । ଏହି ଜଳଛତ୍ର କାର୍ଯ୍ୟକ୍ରମରେ ଗ୍ରାମର ଯୁବକ ଓ ପିଲାମାନେ ସହଯୋଗ କରିଥିଲେ ।